ରକ୍ତଦାନ ଶିବିର ଅନୁଷ୍ଠିତ

 ନିମାପଡା  : ରନôାକର ଦାଶ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଆଜି ପୂର୍ବାହ୍ନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖପାତ୍ର  ସମୀର ରଞ୍ଜନ ଦାଶଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଫାଉଣ୍ଡେସନର ମାର୍ଗଦର୍ଶକ ଶିକ୍ଷାବିତ ଜଗତ ପ୍ରସାଦ ସାବୁତ୍ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଜିବନାନନ୍ଦ ମହାପାତ୍ର, ଅଶୋକ ସାହୁ, ଯୁବ ନେତୃତ୍ୱ ମନଦିପ୍ ପାଇକ ରାୟ, ରାକେଶ ବେହେରା, ସଞ୍ଜୟକେତନ ମହାପାତ୍ର ଓ ସତ୍ୟଜିତ୍ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ଶିବିରରେ ମୋଟ୍ ୧୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କ୍ୟାପିଟାଲ ରେଡକ୍ରସ ସୋସାଇଟି ପକ୍ଷରୁ ଡ଼ା ଦେବାଶିଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା । ନିମାପଡା ଓ ଗୋପ ବ୍ଲକରୁ  ଅନେକ ଯୁବ ନେତୃତ୍ୱ, ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ସମୀର ପ୍ରେମୀ ଜନ୍ମଦିନରେ ସମିରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।