ଥାନା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗୋଇମୁଣ୍ଡି ନିବାସୀ ପୁଲିସ ସବ୍ଇନିସ୍ପେକ୍ଟର ଲଛିନ୍ଦ୍ର ଚଳାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅବସରପ୍ରାପ୍ତ ଫରେଷ୍ଟର ପଦ୍ମନ ସିଂ ଚଳାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ଦଣ୍ଡସେନା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ସମ୍ଭୁକିଶୋର ଦଣ୍ଡସେନା, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ବରିଷ୍ଠ ପରାମର୍ଶଦାତା ଦ୍ୱୟ ଜିତେନ୍ଦ୍ର ସିଂ ବାରିକ ଓ ବିଶ୍ୱମ୍ବର ପ୍ରଧାନ, ବରିଷ୍ଠ ରାଜନେତା ଗିରିଧାରୀ ବାରିକ, ଅବସରପ୍ରାପ୍ତ ବିଇଓ ହୃଷିକେଶ ଦଣ୍ଡସେନା, ଅବସର ପ୍ରାପ୍ତ ପୋଲିସ ଇନିସ୍ପେକ୍ଟର ନନ୍ଦକିଶୋର ପ୍ରଧାନୀ, ବୁଦ୍ଧିଜୀବୀ କରୁଣାକର ବୁଡେକ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ଶ୍ରୀ ଚଳାନଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁମେଶ୍ୱର ଚଳାନ ମଞ୍ଚ ପରିଚାଳନା କରିଥିବାବେଳେ ଗୋଇମୁଣ୍ଡି ଗଉନ୍ତିଆ ଶୁଶୀଳ କୁମାର ଚଳାନ ଧନ୍ୟବାଦ ଅର୍ପଣ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଘାସିରାମ ଚଳାନ, ଦୟାନିଧି ବାରିକ, କେତନ ସିଂ ବାରିକ, ଅଶୋକ କୁମାର ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ସମେତ ଶତାଧିକ ନିମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ । ଏ ଅବସରରେ ବରିଷ୍ଠ ମହିଳା ତ୍ରୟ ଅନୁପମା ଚଳାନ, ପ୍ରେମଦିନ ଚଳାନ ଓ ସୌଭାଗ୍ୟ ମଞ୍ଜରୀ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟ ଜଗନ୍ନାଥ ସଙ୍ଗୀତ ମଞ୍ଚ ଗୋଇମୁଣ୍ଡି ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।