ନ୍ୟାୟ ଅପେକ୍ଷାରେ ରତ୍ନାବତୀ

ବାଲିକୁଦା: ଆକ୍ରମଣର ଶିକାର ହୋଇଥିବା ଜନୈକା ମହିଳା ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଯାହାକୁ ନେଇ ଆକ୍ରମଣର ଶିକାର ହୋଇଥିବା ମହିଳା ରାନ୍ରାବତୀ ସାହୁ  ନ୍ୟାୟ ଅପେକ୍ଷାରେ ରହିଛନ୍ତି । ବାଲିଚନ୍ଦ୍ରପୁର ଥାନା ମୂଷାଟିକିରି ଗ୍ରାମର ହରିଶ୍ଚନ୍ଦ୍ର ବେହେରାଙ୍କ ଝିଅ ରତ୍ନାବତୀଙ୍କ ଅଭିଯୋଗ ମତେ ସେ ୨୦୧୧ ମସିହା ମଇ ମାସ ୫ ତାରିଖରେ ଧର୍ମଶାଳା ଥାନା ଅରାବଳ ପଞ୍ଚାୟତ ବଡନହଙ୍ଗରା ଗ୍ରାମର ମଙ୍ଗୁଳି ସାହୁଙ୍କ ପୁଅ କୃଷ୍ଣଚନ୍ଦ୍ରଙ୍କୁ ବୈଦୀକ ମତେ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇଟି ପୁତ୍ର ଜନ୍ମ ହୋଇଥିଲେ । ମାତ୍ର ସ୍ୱାମୀ କୃଷ୍ଣଚନ୍ଦ୍ର ଭାଉଜ ସହ ଅବୈଧ ସମ୍ପର୍କକୁ ନେଇ କଳହ ଲାଗି ରହୁଥିଲା । ଧିରେ ଧିରେ କଳହ ଉଗ୍ର ରୂପ ନେବାରୁ କୃଷ୍ଣଚନ୍ଦ୍ରଙ୍କ ବଡ଼ ଭାଇ ବିଷ୍ଣୁ ଚରଣ ଯାଆ ପାର୍ବତୀ ଓ ସ୍ୱାମୀ ଏକାଠି ହୋଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏସମ୍ପର୍କରେ ଧର୍ମଶାଳା ଥାନା ପୁଲିସ ଖବର ପାଇବାପରେ ଅଧିକାରୀ ତପନ କୁମାର ନାୟକ ରାତିରେ କୃଷ୍ଣଚନ୍ଦ୍ରଙ୍କ ଘରେ ଚଢ଼ାଉ କରି ତାଙ୍କୁ  ଉଦ୍ଧାର କରିଥିଲେ । ଅଭିଯୋଗ ଆଧାରରେ ଥାନାରେ କେଶ ନମ୍ବର ୫୧୭/୨୪ ରେ ମାମଲା ରୁଜୁ ହୋଇ ଧାରା ୪୯୮ କ ୩୨୩ ୩୪ ଆଇପିସିରେ ତଦନ୍ତ କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି କରୁଛନ୍ତି । ହେଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ଠୋସ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ନିଜର ଦୁଇ ଶିଶୁ ପୁତ୍ର ଧରି ନ୍ୟାୟ ଅପେକ୍ଷାରେ ନିଜ ବାପା ଘରେ ପଡ଼ି ରହିଛନ୍ତି ରତ୍ନାବତୀ ।