ତୁଳସୀ ମହିଳା ମହାବିଦ୍ୟାଳୟରେ ସଂସ୍କୃତ ଦିବସ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଆନୁକୁଲ୍ୟରେ ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକଙ୍କ ପୌରୋହିତ୍ୟରେ ସଂସ୍କୃତ ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରିଣୀ ପ୍ରଫେସର ସବିତା ଦାସ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ବିତୀୟ ଅଧିକାରୀ ଡ଼ ମମତା ସାହୁ ଦେବଭାଷା ସଂସ୍କତ୍ର ମହାନତା, ବିଷୟରେ ଆଲୋଚନା କରିବା ସହ ଏହାର ବହୁଳ ବ୍ୟବହାର କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟା ଡ଼ ପଦ୍ମଜା କବି ଶତପଥୀ ସଂସ୍କୃତ ଭାଷାର ଭବିଷ୍ୟତ କିପରି ଉଜ୍ଜ୍ୱଳମୟ ହେବ ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ, ସଂସ୍କୃତ ଦିବସ ପାଳନର ଉଦେ୍ଦଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ବିଭାଗର ସହଯୋଗୀ ଅଧ୍ୟାପକ ପ୍ରଫେସର୍ ଟିକେଶ୍ୱର ସାହୁ ସଂସ୍କୃତ ଭାଷାର ବିଭିନ୍ନ ଶବ୍ଦର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ସାଧାରଣ ଲୋକମାନେ ମଧ୍ୟ ସଂସ୍କୃତ ଭାଷାର କିପରି ସହଜ ଭାବରେ କରିପାରିବେ ତାହାର ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ଅଧ୍ୟାପିକା ସୌମ୍ୟକାନ୍ତି ମିତାଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ରାମଚନ୍ଦ୍ର ସୁଆର. ଅଧ୍ୟାପିକା ବନସ୍ମିତା ପରିଡା, ଶୁଶ୍ରୀ ସଙ୍ଗିତା ପରିଡା, ଭାରତୀ ଜେନା, ଗାୟତ୍ରୀ ନାୟକ ଓ ବହୁସଂଖ୍ୟକ ଛାତ୍ରୀମାନେ ଯୋଗଦେଇଥିଲେ ।