ତ୍ରିରଙ୍ଗା ଶୋଭାଯାତ୍ରା
ନୀଳଗିରି : ପେହେଲଗାମରେ ପାକିସ୍ଥାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ବର୍ବରୋଚିତ ନରସଂହାରରକୁ ଭାରତୀୟସେନା "ଅପରେସନ ସିନ୍ଦୁର’ ମାଧ୍ୟମରେ ଘରେପଶି ଆତଙ୍କବାଦିଙ୍କ ଆଡ୍ଡାକୁ ବିଧ୍ୱଂସ କରିବା ସହିତ ପାକିସ୍ଥାନସେନାକୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ବୀର ଯବାନ । ସେନାର ପରାକ୍ରମକୁ ସମ୍ମାନ ଜଣାଇ ସମଗ୍ର ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଥିବା ବେଳେ, ଭାରତୀୟ ଜନତାପାର୍ଟି ନୀଳଗିରି ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ନୀଳଗିରି ଥାନାପଡିଆରୁ ବିଜେପିର ବହୁ କର୍ମକର୍ତ୍ତା, ସାଧାରଣନାଗରିକ, ବିଭିନ୍ନ କଲେଜର ଶହଶହ ଛାତ୍ରଛାତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ନୀଳଗିରି ଜଗନ୍ନାଥମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ଏହି ଶୋଭାଯାତ୍ରାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ପୂର୍ବତନ ନାଏବ ସୁବେଦାର ହରିଶ ଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ଉପସଭାପତି କରୁଣାକର ପଣ୍ଡା, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ୧୨ନଂ ଜିଲ୍ଲାପରିଷଦ ରଞ୍ଜିତା ସିଂ, ୨ନଂ ଜିଲ୍ଲାପରିଷଦ ଉଷାରାଣୀ ରାଉଳ, ୧ନଂ ଜିଲ୍ଲାପରିଷଦ ମୁନି ସିଂ, ଯୁବନେତା ଚନ୍ଦ୍ରଶେଖର ନନ୍ଦ, ସମରଶଙ୍କର କାନୁନଗୋ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଦେବାଶିଷ ଆଚାର୍ଯ୍ୟ, କୃତିବାସ ବେହେରା ପ୍ରମୁଖ ଉପସ୍ଥିତ ରହି ଭାରତୀୟ ସେନାର ଧୈର୍ଯ୍ୟ, ପରାକ୍ରମର ଅବଧାରଣା ଦେବାସହିତ ମାତୃଭୂମି ପ୍ରତି ଉତ୍ସର୍ଗୀକୃତ ବୀରଯବାନଙ୍କୁ ସ୍ୟାଲୁଟ ଜଣାଇଥିଲେ ।