ଖ୍ରୀଷ୍ଟୀୟ ମଣ୍ଡଳ ଉଦ୍ଦୀପନା ସଭା 

 ବଲାଙ୍ଗିର:  ବଲାଙ୍ଗିର ବ୍ଲକ ସ୍ଥିତ ଝାଙ୍କରପାଲି ଠାରେ ଖ୍ରୀଷ୍ଟିୟ ସମାଜ ଦ୍ୱାରା ଦୁଇ ଦିବସୀୟ ଉଦ୍ଦିପନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ ଉପସ୍ଥିତ ଖ୍ରୀଷ୍ଟିୟ ସମାଜର ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ । ସେ କହିଥିଲେ ଆପଣମାନଙ୍କ ଏକତା ଓ ଦୃଢ ଇଚ୍ଛାଶକ୍ତି ବଳରେ ଆପଣମାନେ କେବଳ ନିଜ ସମାଜର ନୁହେଁ ସମଗ୍ର ଏହି ଅଂଚଳର ସାମଗ୍ରିକ ବିକାଶ କୁ ନିଶ୍ଚିତ କରିପାରିବେ । ଆହୁରି ମଧ୍ୟ କହିଥିଲେ ଦେଶ ସ୍ୱାଧିନତା ପାଇଲା ପରେ ପ୍ରତ୍ୟେକ କ୍ଷେତ୍ରରେ ଦେଶ ବିକାଶ କରିଛି କିନ୍ତୁ ଧନି ଓ ଗରିବଙ୍କ ମଧ୍ୟରେ ସାମଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସମଞ୍ଜସ୍ୟ ରହୁନାହିଁ । ଧନୀକ ଶ୍ରେଣୀ ଧନୀ ହେବାରେ ଲାଗିଛନ୍ତି ଓ ଗରୀବ ଆହୁରି ଗରିବ ହେଉଛନ୍ତି, ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏହାର ସମାଧାନ ପାଇଁ  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋ÷÷ଣସି ପ୍ରକାର ପ୍ରୟାସ କରୁନାହାନ୍ତି । ତେଣୁ ଏ ସବୁ ଦିଗରେ ସରକାର ତଥା ଜନସାଧାରଣ ସଚେତନ ହେବା ନିହାତି ଜରୁରି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆନ୍ଦ୍ରୀୟ ଛତ୍ରିଆ, ମହେନ୍ଦ୍ର ତାଣ୍ଡି, ଜ୍ୟୋତି ବାଗ, ସଞ୍ଜୟ ଗଡତ୍ୟା, ମୟ ସାହୁ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।