୨୫ରେ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆନେ୍ଦାଳନ
ବାଲେଶ୍ୱର: ଆସନ୍ତା ୨୫ ତାରିଖ ଶୁକ୍ରବାର ଦିନ ଟିୟୁଏସିସି ପକ୍ଷରୁ ସହସ୍ରାଧିକ ଶ୍ରମଜୀବୀ ଓ ଜନସାଧାରଣ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଇନଅମାନ୍ୟ ଆନେ୍ଦାଳନ କରିବେ ବୋଲି ସ୍ଥାନୀୟ ବି୍ରଟ୍ କଲ୍ୟାଣ ମଣ୍ଡପ ସଭାଗୃହରେ ଅନୁଷ୍ଠିତ ଗଣ କନ୍ଭେନ୍ସନ୍ରେ ନିଷ୍ପତ୍ତି ନିଆଯାଇଛି । ଦୀର୍ଘବର୍ଷ ଧରି ବିର୍ଲା ଟାୟାର୍ସ କାରଖାନାରେ କାର୍ଯ୍ୟ କରି ଆସୁଥିବା ସମସ୍ତ ବର୍ଗର ଶ୍ରମିକମାନଙ୍କୁ ସେମାନଙ୍କର ଆଇନଗତ ପ୍ରାପ୍ୟ ଓ ପୁନଃ ନିଯୁକ୍ତି ଦେବାରେ ଜିଲ୍ଲାପାଳଙ୍କ ଅପାରଗତାକୁ ଏହି କନ୍ଭେନ୍ସନ୍ରେ ମୁଖ୍ୟତଃ ଦାୟୀ କରାଯାଇଛି । ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣ କନ୍ଭେନ୍ସନ୍ର ଭିତ୍ତିପତ୍ରକୁ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବରିଷ୍ଠ ଶ୍ରମିକ ନେତା ପ୍ରଫୁଲ୍ଲ ସାମଲ ଉନ୍ମୋଚନ କରି ଶ୍ରମିକମାନେ ନିଜର ଆଇନଗତ ଅଧିକାର ପାଇବା ପାଇଁ ସଂଗଠିତ ଭାବେ ବ୍ୟାପକ ଆନେ୍ଦାଳନକୁ ଓହ୍ଲାଇବାକୁ ପଡ଼ିବ ବୋଲି ମତ ଦେଇଥିଲେ । ଭିତ୍ତିପତ୍ରକୁ ଭାଗବତ ପ୍ରତିହାରୀ ପାଠ କରିବା ପରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସୁଧାଂଶୁ ଶେଖର ପରିଡ଼ା ଓ ସ୍ୱରୂପ ଦାସ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, କୃଷକନେତା ନିର୍ମଳ ନାୟକ, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକ, ବରିଷ୍ଠ ଆଇନଜିବୀ ବିଜୟ ପାଣିଗ୍ରାହୀ, ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଶ୍ରମିକ ସଂଘମାନଙ୍କର ନେତୃବୃନ୍ଦ ସର୍ବଶ୍ରୀ ପ୍ରେମରଂଜନ ପାତ୍ର, ରାଜକିଶୋର ଲେଙ୍କା, ଆଶୁତୋଷ ପରିଡ଼ା, ଜଗଦୀଶ ଚନ୍ଦ୍ର ବାରିକ, ନିରଞ୍ଜନ ଦାସ, ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ, ଶ୍ୟାମସୁନ୍ଦର ଜେନା, ଭରତ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦଳାଇ, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଆଲୋକ କୁମାର ଦାଶ, ବିର୍ଲା ଶ୍ରମିକନେତା ସେକ୍ ମହିଉଦ୍ଦିନ୍ ଓ ଗତ ମାର୍ଚ୍ଚ ୨ ତାରିଖ ଦିନ ଶାନ୍ତିପୂର୍ଣ୍ଣ ଗଣଧାରଣାସ୍ଥଳରୁ ଗିରଫ ହୋଇଥିବା ଶ୍ରମିକ ପରିବାରର ମହିଳା ସଦସ୍ୟା ସରୋଜିନୀ ବିଶ୍ୱାଳ, ସଂଯୁକ୍ତା ଘୋଷ ଓ ଉମାମଣୀ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଟିୟୁଏସିସି ଆହ୍ୱାନରେ ଆଗାମୀ ଆନେ୍ଦାଳନରେ ସେମାନଙ୍କର ସହଯୋଗ ଓ ସମର୍ଥନ ପାଇଁ ସହମତି ପ୍ରକାଶ କରିଥିଲେ । ଟିୟୁଏସିସିର ଉପାଧ୍ୟକ୍ଷ ଶାନ୍ତନୁ ଦାସ ଆଗାମୀ ଆନେ୍ଦାଳନକୁ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଚଳାଇ ରଖିବାକୁ ପ୍ରସ୍ତାବ ଦେଇଥିଲେ । ଆସନ୍ତା ୨୫ ତାରିଖ ଦିନ ପ୍ରସ୍ତାବିତ ଆନେ୍ଦାଳନର ଖସଡ଼ା ଟିୟୁଏସିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଆଗତ କରିବା ପରେ ତାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଶେଷରେ ଦୁକୁଲ ଚନ୍ଦ୍ର ଘଡ଼ାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।