ଭାଲୁଛୁଆ ଉଦ୍ଧାର

ଭାଲୁଛୁଆ ଉଦ୍ଧାର

 ନୀଳଗିରି  : ସ୍ୱର୍ଣ୍ଣଚୁଡ ଜଙ୍ଗଲରୁ ଖାଦ୍ୟ ଅନ୍ୱ୍ୱେଷଣରେ ମା' ଭାଲୁ ସହିତ ଆସିଥିବା ଏକ ଭାଲୁଛୁଆ ଏକ ଅପନ୍ତରା ଗାତରେ ପଡିଯିବାରୁ ଯାଇନପାରି ରହିଯାଇଥିଲା । ସକାଳ ହେବାରୁ ନୀଳଗିରି ୮ନଂ ୱାର୍ଡ ଚିମିନିଭାଟି ଅଞ୍ଚଳର ଜୈନିକ ଲୋକଙ୍କ ବାଡି ପଛପଟେଥିବା ଖାଲରେ ଭାଲୁଛୁଆ ପଡ଼ିଯାଇଥିବାର ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ । ପରେ ବନବିଭାଗକୁ ଖବରଦେବା ପରେ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁଛୁଆକୁ ଉଦ୍ଧାର କରି ନିକଟସ୍ଥ ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି ।