ତ୍ରିଶୂଳିଆରେ ଫୁଟିଲା ଗୁଳି
ବାରଙ୍ଗ : ଅପରାହ୍ଣର ଶାନ୍ତ ପରିବେଶକୁ ଥରାଇ ଦେଲା ବନ୍ଧୁକର ଗର୍ଜନ । ଦୁଇ ବିଲଡର ସଂସ୍ଥାଙ୍କ ମଧ୍ୟରେ ଚାଲିଥିବା ‘ରାସ୍ତା’ ବିବାଦ ଶେଷରେ ରକ୍ତମୁଖା ରୂପ ନେଇଛି । ଘଟଣାଟି ଏତିକିରେ ସରିନାହିଁ, ବରଂ ଏଥିରେ ଓଡ଼ିଶା ଅପରାଧ ଜଗତର ସବୁଠାରୁ ଭୟଙ୍କର ଗ୍ୟାଙ୍ଗ ‘ଡି-ବ୍ରଦର୍ସ’ର ସଂପୃକ୍ତି ପୁଣି ଥରେ ପୋଲିସର ନିଦ ହଜାଇ ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, କୁହ୍ନେଇପଡ଼ା ମୌଜାରେ ଦୁଇଟି ବିଲଡର ସଂସ୍ଥା ମଧ୍ୟରେ ଏକ ରାସ୍ତାକୁ ନେଇ ଦୀର୍ଘ ଦିନରୁ କଳି ଚାଲିଥିଲା । ଆଜି ଅପରାହ୍ଣରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା । ଅଭିଯୋଗ ଅନୁସାରେ, ଗୋଟିଏ ସଂସ୍ଥା ପକ୍ଷରୁ କିଛି ଗୁଣ୍ଡା ଦଳ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଗୋଷ୍ଠୀକୁ ଧମକ ଚମକ ଦେବା ଆରମ୍ଭ କରିଥିଲେ । ଖବର ପାଇ ବାରଙ୍ଗ ଥାନା ଆଇଆଇସି ଦେବେନ୍ଦ୍ର କୁମାର ବିଶ୍ୱାଳ ସଦଳବଳେ ସେଠାରେ ପହଞ୍ଚିଥିଲେ ।
ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଭୟ କରିବା ପରିବର୍ତ୍ତେ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ । ସେଇ ପରିପ୍ରେକ୍ଷୀରେ ପୋଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା । ୧୦ ଜଣ ଦୁର୍ବୃତ୍ତକୁ ପୋଲିସ ମାଡ଼ିବସିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ସୂଚନା ଅନୁଯାୟୀ, ଏଇ ଘଟଣାରେ ତ୍ରିଲୋଚନ ପ୍ରଧାନଙ୍କ ଏତଲା ଆଧାରରେ କୁଣହେପଡା ମୌଜାକୁ ଉନ୍ନତି କରଣ କରିବା ପାଇଁ ଛବିନ୍ଦ୍ର ମୁଦୁଲି ଓ ଦିବାକର ମୁଦୁଲିଙ୍କ ସହ ଏଗ୍ରିମେଣ୍ଟ କରିଥିଲେ । ତେବେ ତ୍ରିଶୁଳିଆର ହୋଟେଲରେ ଥିବା ବେଳେ ଲିଟୁଆ ବେହେରା ନାମକ ଏକ ଯୁବକ ଧଳ ସାମନ୍ତଙ୍କ ସହଯୋଗୀ ବୋଲି ପରିଚୟ ଦେଇ ତୁମର ପ୍ରୋଜେକ୍ଟ ଆଶିଷ କୁମାର ମହାନ୍ତିକୁ ଛାଡି ଦିଅ ବୋଲି ଧମକ ଦେଇଥିଲା । ମୋର ଜେଲ ଯିବାକୁ ଭୟ ନାହିଁ, ନଚେତ ମୁଣ୍ଡ ଗଡେଇ ଦେବି ବୋଲି କହିଥିଲେ । ଆଜି ଲିଟୁଆ ବେହେରାଙ୍କ ସମେତ ୧୦ ଜଣରୁ ଉଦ୍ଧ୍ୱର୍ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ଆଶିଷ ମହାନ୍ତିକୁ ଜମି ଦିଅ ନଚେତ ତମକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ । ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ୍ ପହଁଚିବା ପରେ ଆସାମାଜିକ ଯୁବକମାନେ ପୋଲିସକୁ ନାଲି ଆଖି ଦେଖାଇବାକୁ ପଛଇନଥିଲେ । ପୋଲିସ ସେମାନଙ୍କୁ ଭୟଭୀତ କରିବାକୁ ଫାଙ୍କା ଗୁଳି ଚାଳନା କରିଥିଲା । ସେମାନେ ଭୟରେ ଛତ୍ର ଭଙ୍ଗ ଦେଇଥିଲେ । ତା’ମଧ୍ୟରୁ ୧୦ ଜଣକୁ କାବୁ କରିଥିଲେ । ସେମାନେ ହେଲେ ଭାରତ ବେହେରା ଓରଫ ଲିଟୁ, ରାକେଶ ବେହେରା, ଦିଲୀପ ସସମଲ, ଆୟୁଷ ମହାନ୍ତି, ସୁରେଶ ସିଂ, ସନ୍ତୋଷ ସାଶମଲ, ପୁପୁନ ବେହେରା, ସତ୍ୟବାନ ସାମଲ, ସିଦ୍ଧାନ୍ତ ଓମ ପ୍ରକାଶ । ଏମାନେ ସବୁ କଟକ, ଭୁବନେଶ୍ୱର, ବାରଙ୍ଗ ଅଞ୍ଚଳର ବୋଲି ଜଣାପଡିଛି ।
Samir Kumar Rout