‘ଥାନାପୋଡି’ ସ୍ମୃତି ଉସôବ ପାଳନ

 ଭଣ୍ଡାରିପୋଖରୀ : ୧୯୪୨ ମସିହା ଅଗଷ୍ଟ ୧୭ ତାରିଖରେ ଭାରତଛାଡ ଆନେ୍ଦାଳନ ସମୟରେ ସ୍ୱାଧିନତା ସଂଗ୍ରାମୀମାନଙ୍କ ଦ୍ୱାରା ସଂଘଟିତ ଐତିହାସିକ ଭଣ୍ଡାରିପୋଖରୀ ‘ଥାନାପୋଡି’ ସ୍ମୃତି ଉସôବ ରବିବାର ପାଳନ କରାଯାଇଛି । ଥାନାଧିକାରୀ କମଳାକାନ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉସôôବ ପ୍ରାରମ୍ଭରେ କହରାପୋଖରୀ କ୍ରାନ୍ତି ମଇଦାନରେ ସଂଗ୍ରାମୀ ଦାୟାଦ ଲକ୍ଷ୍ମୀକାନ୍ତ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଧାୟକ ସଞ୍ଜିବ ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ବେହେରା, ଉପଖଣ୍ଡ ପୁଲିସ ଅଧିକାରୀ ତ୍ରିଲୋଚନ ସେଠୀ, ସମାଜସେବୀ ବଦ୍ରୀନାରାୟଣ ଧଳ, ସୁବ୍ରତ ଦାସ, ଡଃ ସୁଧାଂଶୁ ଶେଖର ନାୟକ, ରଜନୀକାନ୍ତ ଚନ୍ଦ, ନାରୀନେତ୍ରୀ ସଂଘମିତ୍ରା ପଣ୍ଡା, ଗିରିଶ ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବଦ୍ରୀନାରାୟଣ ରାଉତ, ସରପଞ୍ଚ ବର୍ଷାରାଣୀ ଜେନା, ବୈରାଗି ଜେନା ପ୍ରମୁଖ ମାହାତ୍ମା ଗାନ୍ଧି ପ୍ରତିମୂର୍ତ୍ତି ଓ ସ୍ମାରକୀ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ସହ ଥାନା ପରିସର ଶହୀଦ ସ୍ମାରକୀ ସ୍ତମ୍ଭ, ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।