ଶରଣେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା
ଭଣ୍ଡାରିପୋଖରୀ : ଏହି ବ୍ଲକର ମାଳଦା ପଞ୍ଚାୟତ ସାରଣା ଗ୍ରାମରେ ଶ୍ରୀ ଶ୍ରୀ ଶରଣେଶ୍ୱର ମହାଦେବ ମନ୍ଦିର ବୁଧବାର ପ୍ରତିଷ୍ଠା ହୋଇଯାଇଛି । ସୋମବାର ମନ୍ଦିର ଓ ଲିଙ୍ଗ ପ୍ରତିଷ୍ଠା ଅଧିବାସ ଉସôବ ଅନୁଷ୍ଠିତ ହୋଇଥିଲା । କତ୍ତା ଓ କର୍ତ୍ତୀ ଭାବେ ହରେକୃଷ୍ଣ ବାରିକ ଓ ରଶ୍ମିତା ବାରିକ ଜଳଘଟ ଉତ୍ତୋଳନ କରି ସଙ୍କଳ୍ପ କରିଥିଲେ । ମୁଖ୍ୟ ପୂଜକ ପଣ୍ଡିତ ବାସୁଦେବ ମିଶ୍ରଙ୍କ ନେତୃତ୍ୱରେ ପୂଜକ କୃଷ୍ଣଚନ୍ଦ୍ର ମିଶ୍ର, ସନ୍ତୋଷ କୁମାର ଦାଶ, ହରେକୃଷ୍ଣ ପାଣିଗ୍ରାହୀ, ନରେନ୍ଦ୍ର କର, ଦେବେନ୍ଦ୍ର ମିଶ୍ର, ଜ୍ଞାନରଞ୍ଜନ ମିଶ୍ର, ସଂଗ୍ରାମ ମିଶ୍ର ଓ ରୁଦ୍ରନାରାୟଣ ପାଣିଗ୍ରାହୀ ପୂଜାକାର୍ଯ୍ୟ ବିଧିମତେ ତୁଲାଇଥିଲେ । ବିଭିନ୍ନ ଦିବସରେ ଅଙ୍କୁରାରୋପଣ, ଶୁଭାଧିବାସ, ଧ୍ୟାନାଭିଶେଷକ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜା, ଦେବସ୍ନାନ, ପ୍ରାଣପ୍ରତିଷ୍ଠା, ମହାରୁଦ୍ରାଭିଷେକ, ମଣ୍ଡଳାଦିପୂଜା, ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇ ପୂର୍ଣ୍ଣାହୂତି ହୋଇଥିଲା । କିଶୋର ବାରିକ ସେବା ଯୋଗାଇଥିଲେ । ଭଜନସନ୍ଧ୍ୟା, ପାଲା ପରିବେଷଣ ସହ ସାଂସ୍କୃିତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀମାନେ ଶୁଦ୍ଧପୂତ ଭାବେ ପ୍ରତିଷ୍ଠା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।