ସଂରକ୍ଷଣ ବ୍ୟବସ୍ଥା ଦାବି କଲା ଯାଦବ ମହାସଂଘ
ତିହିଡି: ଭଦ୍ରକ ଜିଲ୍ଲା ନିଖିଳ ଓଡ଼ିଶା ଯାଦବ ମହାସଂଘ ତିହିଡ଼ି ଶାଖା ପକ୍ଷରୁ ସନ୍ଥପୁରାରେ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାଦବ ଜାତିର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସର୍ବଦା ଉଜ୍ଜିବୀତ କରିବା
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ରାଜ୍ୟରେ ଏହି ଜାତି(ପଛୁଆ ବର୍ଗ)ରେ ୯୦ ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଆବଶ୍ୟକୀୟ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଏବଂ ସରକାରଙ୍କ ନିକଟରେ ବାରମ୍ବାର ଦାବି କରଆସୁଥିଲେ ହେଁ ଏଯାବତ ସଂରକ୍ଷଣ ବ୍ୟବସ୍ଥା କରାଯାଉ ନାହଁ । ଏହାର ସମାଧାନ କରାନଗଲେ ଆଗାମି ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛ । ଏହି ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବରେ ଲଉଡି ଓ ଓଗାଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲଉଡି ଓ ଓଗାଳରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯାଦବଭାଇମାନେ ସେମାନଙ୍କର କଳା ନୈପଣତା ପ୍ରଦର୍ଶନ କରିଥିଲେ । ଲଉଡି ଓ ଓଗାଳ ପ୍ରତିଯୋଗିତାରେ ହଜାର ହଜାର ଦର୍ଶକଙ୍କର ମନମଗ୍ଧ ହୋଇଥିଲା । ଯାଦବ ମହାସଂଘର ସହସମ୍ପାଦକ ପ୍ରତାପ ଚନ୍ଦ୍ର ମହାକୁଙ୍କ ସଂ·ଳନା ଓ ସଭାପତି ନୃସିଂହ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପଛୁଆବର୍ଗର ରାଷ୍ଟ୍ରୀୟ ଉପସଭାପତି ଦୀପକ ଗୌଡ଼, ନାରାୟଣ ଡାଲୁଆ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ଉପସଭାପତି ମନୋଜ ଗୌଡ ପ୍ରମୁଖ ଯୋଗଦେଇ ପଛୁଆ ବର୍ଗର ହକ୍ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବାରିକ, ଶିକ୍ଷାବିତ୍ ସୁରେଶ ମହାକୁଡ଼, ରାମଚନ୍ଦ୍ର ବାରିକ, ବିଜୟ ଦାସ ମହାପାତ୍ର, ଗୟାଧର ବାରିକ, ଗଙ୍ଗାଧର ପରିହାରି, କ୍ଷେତ୍ରବାସୀ ଦାସ, ସର୍ବେଶ୍ୱର ବେହେରା, ଦେବେନ୍ଦ୍ର ବାରିକ, ଭାଗିରଥି ନାୟକ, ଦୀନବନ୍ଧୁ ମହାକୁଡ଼, ବିଜୟ ବାରିକ, ସୁରେନ୍ଦ୍ର ନାୟକ, ଶଶିକାନ୍ତ ଦାସ, ଚକ୍ରଧର ନାୟକ, ଉମାକାନ୍ତ ପରିଡ଼ା, ଶ୍ରୀଧର ବାରିକ, ମୁନା ପୃଷ୍ଟି ପ୍ରମୁଖ ଯୋଗଦେଇ ଯାଦବ ସଂଘକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କର ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ଯାଦବ ସଂଘ କାର୍ଯ୍ୟାଳୟ ପାଇଁ ସନ୍ଥପୁରା ମୌଜାର ବିନ୍ଧା ଛକ ଠାରେ ଜମି ଦାନ କରିଥିବା ଅବସରପ୍ରାପ୍ତ ଅନୁଶିକ୍ଷାଧିକାରୀ ରାମଚନ୍ଦ୍ର ବାରିକ୍ଙ୍କୁ ଉପଢ଼ୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।