ଦହଗଞ୍ଜ କରୁଛି ପ୍ରଦୂଷଣ ସାର୍ଟିଫିକେଟ୍‌

ଦହଗଞ୍ଜ କରୁଛି ପ୍ରଦୂଷଣ ସାର୍ଟିଫିକେଟ୍‌

ଆଜି ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି

ଭୁବନେଶ୍ୱର : ରାଜ୍ୟରେ ଯାନବାହାନ ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ଏହାର ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ଗୁରୁବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ତୋଗଲକି ନିଷ୍ପତ୍ତି ବିରୋଧରେ ଜାନୁଆରୀ ୮ ତାରିଖ ଦିନ ସକାଳ ୧୦ ଘଟିକାରେ ଆରଟିଓ-୧ ଭୁବନେଶ୍ୱର ଅଫିସ ସମ୍ମୁଖରେ ଏକ ବିଶାଳ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ । ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଏହି ଗଣଧାରଣା ଆୟୋଜିତ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କାର୍ଯ୍ୟ ଜାରି ରଖିବ । ରାଜ୍ୟ ସରକାର ଏହି ବେଆଇନ ନିଷ୍ପତ୍ତି ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିବ । ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କର ଏପରି ବେଆଇନ ନିଷ୍ପତ୍ତି ବିରୋଧରେ ଗୁରୁବାର ସକାଳେ ହେବାକୁ ଯାଉଥିବା ଗଣଧାରଣା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବହୁସଂଖ୍ୟାରେ ଯୋଗଦେବାକୁ ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ନିବେଦନ କରିଛନ୍ତି ।