‘ଦାନା’ରେ ୧.୭୨ଲକ୍ଷ ହେକ୍ଟର ଫସଲ ନଷ୍ଟ
ଭୁବନେଶ୍ୱର: ଚଳିତବର୍ଷ ଦାନା ବାତ୍ୟା ଦ୍ୱାରା ରାଜ୍ୟରେ ସମୁଦାୟ ୧,୭୨,୩୫୬.୮୧ ହେକ୍ଟର ଫସଲ ନଷ୍ଟ ହୋଇଛି । ବିଶେଷ କରି ୫ଟି ଜିଲ୍ଲାରେ ଉପରୋକ୍ତ ପରିମାଣର ଫସଲ ନଷ୍ଟ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୯୪୧୩୬.୮୭ ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ ଯାଜପୁରରେ ୨୦୨୯୪.୭୩ ହେକ୍ଟର, ବାଲେଶ୍ୱରରେ ୩୩୮୯୦ ହେକ୍ଟର୍, କେନ୍ଦ୍ରାପଡ଼ାରେ ୧୯୧୮୪.୪୧ ହେକ୍ଟର ଏବଂ ମୟୂରଭଞ୍ଜ ଜିଲ୍ଲାରେ ୪୮୫୦.୮ ହେକ୍ଟର୍ ଫସଲ ନଷ୍ଟ ହୋଇଛି ।
ଏହାବାଦ ପ୍ରଭାବିତ ଜିଲ୍ଲା ଗୁଡିକରେ ବାସଗୃହ ଓ ଧନଜୀବନ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ଦାନା ବାତ୍ୟା ଦ୍ୱାରା ରାଜ୍ୟରେ କେତେ ଫସଲ ନଷ୍ଟ ହୋଇଛି ପ୍ରଶ୍ନର ଉତ୍ତର ଦେଇ ଏହା ପ୍ରକାଶ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ସରକାର ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍ଡିଆର୍ଏଫ୍)ର ନିୟମାନୁସାରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ।