ଦିବ୍ୟାଙ୍ଗକୁ ସହାୟତା ଦାବି
ନୂଆପଡା : ଜନ୍ମର ମାସେ ପରେ ମା’ ଆର ପାରିକି ଚାଲିଗଲା । ପେଟ ପାଇଁ ଦାଦନ ଯାଇଛିନ୍ତି ବାପା । ଏବେ ଜେଜେ ବାପା ଓ ଜେଜେ ମାଆଙ୍କ ଭରସାରେ ବଞ୍ଚିଛି ସାତ ବର୍ଷର ଦିବ୍ୟାଙ୍ଗ ରାଘବ । ସରକାରୀ ସହଯୋଗ ମିଳୁନଥିବାରୁ ଦୟନୀୟ ଜୀବନ ଜିଉଁଛନ୍ତି ଏମାନେ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗ୍ରାମ ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମ । ଗ୍ରାମର ରାଘବ ମାଝୀ, ବୟସ ସାତ ବର୍ଷ । ଜନ୍ମରୁ ଦିବ୍ୟାଙ୍ଗ, ଏ ପର୍ଯ୍ୟନ୍ତ ଉଠି ବସି ପାରୁନି । ମୁଣ୍ଡକୁ ଉଠାଇ ପାରୁନି । ଜନ୍ମର ମାସେ ପରେ ମାଆ ବାସମତି ରୋଗରେ ପଡି ମୃତୁ୍ୟ ବରଣ କଲା । ବାପା ଡୋଳାମଣି ଜଣେ ଦାଦନ ଶ୍ରମିକ । ପୁଅକୁ ବୃଦ୍ଧ ବାପା ଲବ ମାଝୀ ଓ ମାଆ ଯମୁନା ମାଝୀ ହାତରେ ଦେଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି । ଏବେ ମଧ୍ୟ ମୁମ୍ବାଇ ଯାଇଛନ୍ତି କାମ କରିବା ପାଇଁ । ରାଘବ ଜନ୍ମ ପରେ ପରିବାରରେ ହସ ଫୁଟିଥିଲା । ସେ ହସ କିନ୍ତୁ ବେଶୀ ଦିନ ରହିଲା ନାହିଁ ଯେତେବେଳେ ଜଣା ପଡ଼ିଲା ରାଘବର ଶାରୀରିକ ଓ ମାନସିକ ବିକାଶ ହୋଇପାରୁନି । ପରିବାର ଲୋକେ ତାକୁ ଖଡ଼ିଆଳ, ନୂଆପଡ଼ା ବୁର୍ଲା, ରାୟପୁର ଆଦି ନେଇ ଚିକିସôା କରାଇଲେ ମଧ୍ୟ କୌଣସି ସୁଫଳତା ମିଳିପାରିଲାନାହିଁ । ଅର୍ଥାଭାବରୁ ତାର ଚିକିସôା କରିପାରୁନୁ ବୋଲି ଜେଜେ ଲବ କହନ୍ତି । ରାଘବ ଶତ ପ୍ରତିଶତ ଭିନ୍ନକ୍ଷମ କିନ୍ତୁ ତାଙ୍କୁ ମିଳିଛି ଷାଠିଏ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର । ଭତ୍ତା ଖଣ୍ଡେ ପାଇଁ ଅନେକ ଥର ଆବେଦନ କଲେ ମଧ୍ୟ ଭତ୍ତା ମିଳୁନି । ଲବ ଓ ଯମୁନା ପାଉଥିବା ଭତ୍ତା ଓ ୩୫ କିଲୋଗ୍ରାମ ଚାଉଳରେ ଅନେକ କଷ୍ଟରେ ଜୀବନ ଜୀଇଁବାକୁ ପଡୁଛି । ଘରର ଅବସ୍ଥା ମଧ୍ୟ ଠିକ୍ ନାହିଁ । ରାଘବକୁ ଶତ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ସହ ଭତ୍ତା ବ୍ୟବସ୍ଥା, ଚିକିସôା ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି । ଏନେଇ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାଘବର ଚିକିସôା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କଥା ହେବେ ଓ ଭତ୍ତା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଠାଇବେ ବୋଲି କହିଛନ୍ତି । ତା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।