ଦିବ୍ୟାଙ୍ଗ ମହାସଂଘ ପକ୍ଷରୁ ଦାବିପତ୍ର

 ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ବଡ଼ସାହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଂପୃକ୍ତ ପଞ୍ଚାୟତର ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘର ସଭାପତି ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଦିବ୍ୟାଙ୍ଗମାନଙ୍କ ସହିତ ବାର୍ଦ୍ଧକ୍ୟ ଭତ୍ତାଧାରୀଗଣ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ । ଭତ୍ତା ବ୍ୟତୀତ ଅନେକ ସରକାରୀ ସୁବିଧାରୁ ବଂଚିତ ଥିବା ଏବଂ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ଥିବା ସମସ୍ତଙ୍କର ଆଗାମୀ ଦିନରେ ତାହା ପୂରଣ କରିବା, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଏବଂ ୮୦ ଶତାଂଶ ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ଦାବିରେ ନାରାବାଜି କରିଥିଲେ । ଉକ୍ତ ସମସ୍ତ ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବଡ଼ସାହି ପଞ୍ଚାୟତ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏଥିରେ ସମିତି ସଭ୍ୟା ମାମିନା ମୁର୍ମୁ, ଉମାକାନ୍ତ ବେହେରା, ସୁମିତ୍ରା ଟୁଡୁ, ସାବିତ୍ରୀ ମୁଣ୍ଡା, ଶକୁନ୍ତଳା ନାୟକ, ତପସ୍ୱିନୀ ରଣା ପ୍ରମୁଖ ଉପସ୍ଥିତ ଥିଲେ ।