ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛତା ଅଭିଯାନ
ବିଶୋଇ : ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ଅବସରରେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ବିଶୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶୋଇ ଲ୍ୟାମ୍ପ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରିଷ୍ଠ ଅଧିକାରୀ ଲକ୍ଷ୍ମୀଧର ରାଉତ, ମନୋରଞ୍ଜନ ବେହେରା ଯୋଗ ଦେଇଥିଲେ । ବିଶୋଇ ଲ୍ୟାମ୍ପ ପରିଚାଳନା ନିଦେ୍ର୍ଦଶକ ତାପସ ରଂଜନ ଧିରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଣଦା ଲ୍ୟାମ୍ପ ପରିଚାଳନା ନିଦେ୍ର୍ଦଶକ ଦୀପକ ରଞ୍ଜନ କାରୁଆ, ବିଜାତଳା ଲ୍ୟାମ୍ପ ପରିଚାଳନା ନିଦେ୍ର୍ଦଶକ ଅନିରୁଦ୍ଧ ଗିରି, ବଡାମତଳିଆ ଲ୍ୟାମ୍ପ୍ ପରିଚାଳନା ନିଦେ୍ର୍ଦଶକ ତାପସ ରଂଜନ ବାରିକ ତଥା ବିଶୋଇ, ମଣଦା, ବିଜାତଳା, ବଡାମତଳିଆ ଲ୍ୟାମ୍ପ୍ର କର୍ମଚାରୀ ସୂର୍ଯ୍ୟକାନ୍ତ ମହାକୁଡ଼, ସୁଜିତ୍ କୁମାର ସେଠୀ, ସତ୍ୟବ୍ରତ ଗିରି, ଭାଗିରଥି ମୁର୍ମୁ, ରଞ୍ଜିତ ମୁର୍ମୁ, ଗଗନ ବିହାରୀ ସି, ରଜତ କୁମାର ମହାନ୍ତ ପ୍ରମୁଖ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଝାଡୁମାରି ସଫା କରିଥିଲେ ।