ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ବାଲେଶ୍ୱର : ଭୁବନେଶ୍ୱରର ଭିଭାଣ୍ଟା ହୋଟେଲ୍ରେ ଆୟୋଜିତ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟ-ଅପ୍ ଇନୋଭେସନ୍ ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଯୋଗ ଦେଇ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ କ୍ଷେତ୍ରର ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ସମାବେଶ ବିକଶିତ ଭାରତକୁ ଶକ୍ତି ଦେଉଥିବା ଉଦ୍ୟୋଗୀ ମନୋଭାବର ଏକ ଉତ୍ସବ, ଯେଉଁଥିରେ ଓଡ଼ିଶା ଏକ ପ୍ରମୁଖ ଅଂଶ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା କେବଳ ଶିଳ୍ପର ଅବିବୃଦ୍ଧି ନୁହେଁ ବରଂ ଯୁବପିଢ଼ି, ମହିଳା ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କୁ ଉପକରଣ, ତାଲିମ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସଶକ୍ତ କରି ଏକ ସ୍ଥାୟୀ, ଅନ୍ତର୍ଭୁକ୍ତି ମୂଳକ ଅଭିବୃଦ୍ଧି ଏବଂ ନ୍ୟାୟସଙ୍ଗତ ବିକାଶ ଦିଗରେ ଆଗକୁ ବଢୁଛି । ସଦ୍ୟ ସମାପ୍ତ ଉକ୍ରୃଷ୍ଟ ଓଡ଼ିଶା ୨୦୨୫ ସମ୍ମିଳନୀରେ ୨୦ରୁ ଅଧିକ କ୍ଷେତ୍ରରେ ୫୯୩ ଟି ପ୍ରକଳ୍ପ ଦ୍ୱାରା ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ସହ ୩୦ ଟି ଜିଲ୍ଲାର ଯୁବକ ଯୁବତୀଙ୍କ ପାଇଁ ୧୨.୮୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ପୂର୍ବୋଦୟର ବିକାଶ ପାଇଁ ବିକଶିତ ଓଡ଼ିଶା ହେବ ମୂଳ ଆଧାର ।
 
 Rasmita Behera
                                    Rasmita Behera                                 
    
 
    
 
 
 
