ଦିଲ୍ଲୀ ବାୟୁରେ ବଢ଼ୁଛି ବିଷ

ନୂଆଦିଲ୍ଲୀ : ବିପଦ ଆଡ଼କୁ ଠେଲି ହେଉଛି ରାଜଧାନୀ । ଶୀତଦିନେ ଦିଲ୍ଲୀ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ହେଉଥିବା ଯୋଗୁ ଏବେ ଦିଲ୍ଲୀବାସୀ ଅଣନିଶ୍ୱାସୀ ହେବାରେ ଲାଗିଛନ୍ତି । ରବିବାର ଅପରାହ୍ଣ ୩ଟା ସୁଦ୍ଧା ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ବଢ଼ି ୪୦୬ରେ ପହଞ୍ଚିଛି । ଯାହା କିଛିଦିନର ଆଶ୍ୱସ୍ତି ପରେ ପୁଣିଥରେ ଦିଲ୍ଲୀବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ବାୟୁର ହାରାହାରି ମାନକ ୩୯୫ ରେକର୍ଡ କରାଯାଇଥିଲା । ବାୟୁ ଗୁଣବତ୍ତା ସୂଚକାଙ୍କରେ କିଛି ମାତ୍ରାରେ ସୁଧାର ଆସିବା ପରେ ଡିସେମ୍ବର ୫ରେ ଗ୍ରାପ୍-୪ (ଗ୍ରେଡେଡ୍ ଆକ୍ସନ ପ୍ଲାନ୍) କଟକଣା କୋହଳ କରାଯାଇଥିଲା । ଏହାପରେ ଗତ ୧୬ ଡିସେମ୍ବର ରାତିରୁ ଦିଲ୍ଲୀ ବାୟୁର ମାନ ପୁଣି ଖରାପ ହେବାରେ ଲାଗିଛି । 
ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ହେଉଛି ନିଦେ୍ର୍ଦଶାବଳୀ ଏବଂ ପଦକ୍ଷେପମୂଳକ ଯୋଜନା, ଯାହା ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଦୀର୍ଘ ଦିନ ହେବ କାର୍ଯ୍ୟକାରୀ ହୋଇଥିଲା । ଏହାର ୪ଟି ପର୍ଯ୍ୟାୟ ରହିଛି । ଗ୍ରାପ୍ -୧, ୨, ୩ ଓ ୪ ।