ଦିଶମ୍ ବୁରୁବଙ୍ଗା ଅନୁଷ୍ଠିତ

 ବଡ଼ସାହି: ବୁରୁବଙ୍ଗା ସାସାଙ୍କର କମିଟି, ବୁରୁବଙ୍ଗା ଯୁବକ ସଂଘ ଓ ବୁରୁବଙ୍ଗା ମୁଣ୍ଡାରୀ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବଡ଼ସାହି ଗ୍ରାମର କେନ୍ଦୁଆସାହି ସ୍ଥିତ ବିର୍ସା ମଇଦାନରେ ୧୨ତମ ଦିଶୁମ୍ ବୁରୁବଙ୍ଗା ରାଦାବାଦା ଅନୁଷ୍ଠିତ ହୋଇଯାଇଛି ।  ପ୍ରଥମ ଦିନରେ ବୁରୁବଙ୍ଗା ପୂଜା ପୀଠରେ ପାହାନ ଗୁରୁ ବସନ୍ତ କୁମାର ସିଂଙ୍କ ସମେତ ଅନ୍ୟ ପାହାନ୍ମାନଙ୍କ ମଧ୍ୟରେ  ରାଉରକେଲାର ରଘୁନାଥ ସିଂ, ବାଉଁଶ ବିଲାର ମହାଦେବ ସିଂ, ବୈଶିଙ୍ଗାର ସନାତନ ସିଂ, ବାଲେଶ୍ୱରର ରଘୁନାଥ ସିଂ, ମୁଚିଆସାହିର ଲକ୍ଷ୍ମୀନାରାୟଣ ସିଂ ପ୍ରମୁଖ ଅନେକ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମୁଣ୍ଡାମାନଙ୍କ ଆରାଧ୍ୟଦେବ ବୁରୁବଙ୍ଗାଙ୍କୁ ବିଶ୍ୱର ଶାନ୍ତି ଓ ମଙ୍ଗଳ କାମନା କରି ଯଥାବିଧି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଭାରତ ମୁଣ୍ଡା ସମାଜ ସଭାପତି ରବୀନ୍ଦ୍ର ନାଥ ସିଂ ଯୋଗ ଦେଇ ଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବେ ସାଞ୍ଚାର ଜାମଡାର ସଭାପତି ନନ୍ଦଲାଲ ସିଂ, ଅନ୍ୟତମ ଅତିଥି ଭାବେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ସଭାପତି ବିରବଲ୍ ସିଂ, ସମ୍ପାଦକ ସୁନାରାମ ସିଂ, ରାମେଶ୍ୱର ସିଂ, ଆଇନଜୀବୀ ସୁରେନ୍ଦ୍ର ସିଂ, ବଡ଼ସାହି ସମନ୍ୱୟ କମିଟିର ସଭାପତି ବୈଦ୍ୟନାଥ ସିଂ ଯୋଗ ଦେଇ ପାରମ୍ପରିକ ବକ୍ତବ୍ୟ ରଖିଥିଲେ ।