ପଟ୍ଟାମୁଣ୍ଡାଇରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡଯନ୍ତ୍ର : ବିଜେଡି

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସହରରେ ସାମ୍ପ୍ରଦାୟୀକ ଦଙ୍ଗା ପାଇଁ କିଛି ପେସାଦାର ଅପରାଧି ଷଡଯନ୍ତ୍ର କରିବା ସହ ଅଞ୍ଚଳର ଭାଇଚାରାକୁ ନଷ୍ଟକରିବାକୁ ଉଦ୍ୟମ ଚଳାଇଥିବାର ସଂଗୀନ ଅଭିଯୋଗ ଆଣିଛି ପଟ୍ଟାମୁଣ୍ଡାଇ ବିଜେଡି  । ଏ ସଙ୍କ୍ରାନ୍ତରେ ପୁଲିସର ହସ୍ତକ୍ଷେପ ଲୋଡିବାକୁ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି  । ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭୋଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଥାନାରେ ପହଞ୍ଚି ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦର୍ଶାଇଛନ୍ତି ଯେ  ପଟ୍ଟାମୁଣ୍ଡାଇ ମଡେଲ ଥାନା ଅଧିନରେ ଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହିଗଣ୍ଡଗୋଳକୁ ପଟ୍ଟାମୁଣ୍ଡାଇ ଅଂଚଳର କେତେଜଣ ପେଶାଦାର ଅପରାଧି ୨ ପକ୍ଷଙ୍କ ଉତେଜିତ କରିଥିବା ସହ ମିଳିମିଶି ଏହାକୁ ଗୋଷ୍ଠୀ ସଂଘର୍ଷରେ ପରିଣତ କରିଥିଲେ । ଏହି ଅସାମାଜିକ ବ୍ୟକ୍ତିମାନେ ପେଶାଦାର ଅପରାଧ ଓ କିଛିଦିନ ପରେ ପଟ୍ଟାମଣ୍ଡାଇ ବଜାର ମଧ୍ୟରେ ଦିନ ଦିପହରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ ଓ ଗିରଫ ହୋଇଜେଲ ଯାଇଥିଲେ । ବର୍ତମାନ ଏହିଗୋଷ୍ଠୀ ଆସନ୍ତା ପାର୍ବଣ ଋତୁ ପୂର୍ବରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଗୋଷ୍ଠୀ ସଂଘର୍ଷ ଓ ସାମ୍ପ୍ରଦାୟିକ ହିଂସା କରିବାକୁ  ଉଦ୍ୟମ କରୁଛନ୍ତି ବୋଲି ଦଳ ତରଫରୁ ଅଭିଯୋଗ ହୋଇଛି । ରାଜନୈତିକ ଉଦେଶ୍ୟ ରଖି ବିଧାୟକ ଧୃବ ସାହୁଙ୍କୁ ଏହି ଘଟଣା ସହ ଯୋଡିବା ଅତ୍ୟନ୍ତ ଦୁଭାର୍ଗ୍ୟ ଜନକ ବେଲି ସେମାନେ ଅଭିଯୋଗ କରିଛନ୍ତି । ଆଜିର ପ୍ରତିନିଧି ମଣ୍ଡଳିରେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ , ନଗର ସଭାପତି ବୁଢାଲେଙ୍କା , ବିଜେଡି ନଗର ଯୁବସଭାପତି  ଅଶୋକ ଧଳ , ଦିଲ୍ଲୀପ କୁମାର ସାହୁ , ଟୁବୁଲି ଚୈାଧୁରୀ , ସଞ୍ଜୟ ଦାସ , ସୈାରେନ୍ଦ୍ର ବେହେରା , ପୂର୍ବତନ ସରପଂଚ ମିନତୀ ପାତ୍ର , ନୀଲୁ ବେହେରା , ସମେତ ବହୁସରପଂଚ ,  ସମିତି ସଭ୍ୟ ସମେତ ଶତାଧିକ କର୍ମି ମାନେ ସାମିଲ ହୋଇଥିଲେ ।