ଖଡ଼ିଆଳ ମହୋତ୍ସବ ୱେବସାଇଟ୍ ଉନ୍ମୋଚିତ
ନୂଆପଡା: : ଖଡ଼ିଆଳର ବିଲୁପ୍ତ ଲୋକକଳା, ଲୋକ ସାହିତ୍ୟ, ଲୋକ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଆୟୋଜିତ ହୋଇ ଆସୁଛି ଖଡ଼ିଆଳ ମହୋସôବ । ଚଳିତ ବର୍ଷ ଏହା ୧୯ ବର୍ଷ ରେ ପଦାର୍ପଣ କରିଛି । ଖଡ଼ିଆଳ ମହୋସôବର ଆୟୋଜନ ନେଇ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥିବା ବେଳେ ଖଡ଼ିଆଳ ମହୋସôବର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରି ଆୟୋଜକ କମିଟି ପକ୍ଷରୁ ଏକ ପାଦ ଆଗେଇ ଖଡ଼ିଆଳ ମହୋସôବ ନାଁ ରେ ଏକ ୱେବସାଇଟ ଉନ୍ମୋଚିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବ ରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ସ୍ଥାନୀୟ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ରବିବାର ସନ୍ଧ୍ୟା ରେ ଆୟୋଜକ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଏହି ଖଡ଼ିଆଳ ମହୋସôବ ନାଁ ରେ ୱେବସାଇଟ ଉନ୍ମୋଚିତ ହୋଇଥିଲା । ଏଣିକି ଖଡ଼ିଆଳ ମହୋସôବର ସମସ୍ତ ସୂଚନା ଙ୍ଗଙ୍ଗଙ୍ଗ.ଳଷବୟସବକ୍ଷଜ୍ଞକ୍ଟଷଗ୍ଧଗ୍ଦବଙ୍ଖ ରେ ନାମିତ ହୋଇ ଉନ୍ମୋଚିତ ହୋଇଥିବା ୱେବସାଇଟରେ ମହୋସôବର ସମସ୍ତ ସୂଚନା ଉପଲବ୍ଧ ହୋଇଥିବା ମହୋସôବ ପାଳନ କମିଟିର ସଭାପତି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଦୀର୍ଘ ୧୯ ବର୍ଷ ଧରି ଖଡ଼ିଆଳ ଜନସାଧରଣଙ୍କ ସହଯୋଗରେ ବହୁତ ଧୁମ୍ଧାମ୍ରେ ମହୋସôବ ପାଳନ ହୋଇ ଆସୁଥିବା ବେଳେ ଖଡ଼ିଆଳ ମହୋସôବ ରାଜ୍ୟ ତଥା ଦେଶ ବିଦେଶ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି । ଏଣୁ ୱେବସାଇଟ ଉନ୍ମୋଚିତ ହେବା ଖଡ଼ିଆଳ ମହୋସôବକୁ ଆହୁରି ଆଗେଇ ନେବାରେ ସହାୟକ ହେବ ବୋଲି ବିଧାୟକ ଅଧୀରାଜ ପାଣିଗ୍ରାହୀ ମତପ୍ରକାଶ କରିଥିଲେ । ଉକ୍ତ ୱେବସାଇଟ ଉନ୍ମୋଚିତ ସମୟରେ ମହୋସôବ ପାଳନ କମିଟିର ପଦାଧିକାରୀ ସହ ବିଭିନ୍ନ ଉପକମିଟିର ଆବାହକ ଏବଂ କର୍ମକର୍ତ୍ତା ଗଣ ପ୍ରମୁଖ ଉପସ୍ଥିତ ଥିଲେ ।