ଦୁଇ ଗୋଷ୍ଠୀ ମାର୍ପିଟ୍, ୧ ଗୁରୁତର 

 ବାଣପୁର: ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ମାରପିଟ ହୋଇ ଜଣେ ଗୁରତର ଆହତ ହୋଇଛନ୍ତି  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଣପୁର ଥାନା ନଛିପୁର ଗ୍ରାମରେ  । ଏନେଇ ଅଭିଯୋଗ କ୍ରମେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି  । ଅଭିଯୋଗ ମୁତାବକ ଉକ୍ତ ଗ୍ରାମରେ ଦେବେନ୍ଦ୍ର ହରିଚନ୍ଦନ ନିକଟସ୍ଥ ପଞ୍ଚୁଗାଁ ତାରିଣୀ ମନ୍ଦିରରୁ ମେଳଣ ଦେଖି ଫେରୁଥିବା ବେଳେ ପ୍ରସନ୍ନ ଭୋଳ ଓରଫ (ଜିତୁ) ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ  । ଅନ୍ୟ ପକ୍ଷରେ ଦେବେନ୍ଦ୍ର ହରିଚନ୍ଦନ, ଯୁଗଳ ହରିଚନ୍ଦନ, ରମେଶ ହରିଚନ୍ଦନ ଓ ପ୍ରଦିପ୍ତ ମାର୍ଥା, ତାଙ୍କ ମା’ ସରୋଜିନୀ ଓ ବାପାଙ୍କୁ ଆକ୍ରମଣ କରିଥିବା ନେଇ ସରୋଜିନୀ ଥାନାରେ ଅଭିଯୋଗ କରିଛନ୍ତି  । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା  ।