ଧାନ କିଣା ପ୍ରକ୍ରିୟାର ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ:  ୪୦ରୁ ଅଧିକ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ 

 ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜୋରଦାର ଚାଲିଛି ଧାନ କିଣା ପ୍ରକ୍ରିୟା । ଏବେ ସୁଦ୍ଧା ରେକର୍ଡ ସଂଖ୍ୟାକ ଧାନ ସଂଗ୍ରହ ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଶନିବିବାର ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଗଞ୍ଜାମ ଗସ୍ତରେ ଆସି ଛତ୍ରପୁର ସ୍ଥିତ ସର୍କିଟହାଉସ ଠାରେ ଧାନ କିଣା ପ୍ରକ୍ରିୟା ଓ ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି । ଜିଲ୍ଲା ରେ ୯୦ % ଧାନ କିଣା ପ୍ରକ୍ରିୟା ହୋଇଥିବା ବେଳେ ଭଲ କିଣା ଯାଇଛି ବୋଲି କହିବା ସହ ଭଲ କାମ କରିଛନ୍ତି ଅଫିସର  । ଆଉ ୭ ରୁ ୮ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଯିବ ବୋଲି କହିଥିଲେ  । ଏହି ଧାନ କିଣା ପ୍ରକ୍ରିୟା ବେଳେ କାର୍ଯ୍ୟରେ ଅବହେଳା ହେତୁ ଜିଲ୍ଲାର ୪୦ ରୁ ଅଧିକ ମିଲର ଓ ଅନେକ ଅଧିକାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି  । ୧ଲକ୍ଷ ୧୬ ହଜାର ୩୭୫ ଜଣ ଚାଷୀଙ୍କ ଖାତାକୁ ୧୧୧୯ କୋଟି ୪୩ଲକ୍ଷ ୫୯ ହଜାର ୭୨ ଟଙ୍କା ଯାଇଛି । ଏହା ସହିତ ମନ୍ତ୍ରୀ ରାସନ କାର୍ଡ ସମ୍ବନ୍ଧୀୟ ସମୀକ୍ଷା କରିଥିଲେ । ସଠିକ ଲୋକ ଯେପରି ରାସନ କାର୍ଡ ପାଇବେ । ଯାହାର ଇନକମ କମ ଥିବା ତାର ରାସନ କାର୍ଡ କଟିବ ନାହିଁ  । ଅଯୋଗ୍ୟ ସେମାନେ କାର୍ଡ ଫେରେଇବାକୁ କୁହାଯାଇଛି, କିଛି ଫେରେଇଲେନି ବୋଲି କହିଥିଲେ । ଯେଉଁମାନେ ଅଯୋଗ୍ୟ ବୋଲି ଏକ ରିର୍ପୋଟ ଆସିଛି ତାହାର ଜିଲାପ୍ରଶାସନ ପକ୍ଷରୁ ସଠିକ ତଦନ୍ତ କରାଯାଉଛି । ଜିଲ୍ଲାରେ ନୂଆ ରାସନ କାର୍ଡ ପାଇବା ପାଇଁ ୧ ଲକ୍ଷ ୨୯ ହଜାର ୨୧୦ ଜଣ ଆବେଦନ କରିଥିବା ସମିକ୍ଷା ବୈଠକରେ କୁହାଯାଇଛି । ଜିଲ୍ଲାରେ ପନିପରିବା ଅଭାବି ବିକ୍ରୀ ହେଉଥିବାରୁ ଶୀତଳ ଭାର ଉପରେ ଆଲୋଚନା ହୋଇଥିଲା  । ଗଞ୍ଜାମ ଜିଲାରେ ୩ଟି ସବଡିଭିଜନରେ ଶୀତଳ ଭଣ୍ଡାର କରାଯିବ  । ଏନେଇ ପ୍ରଶାସନ ମଧ୍ୟ ତାର କାମ ଆରମ୍ଭ କରିଦେଇଛି, ଟଙ୍କା ଆସିଯାଇଛି ଖୁବ ଶ୍ରୀଘ ଟେଣ୍ଡର ହୋଇ କାମ ଆରମ୍ଭ ହେବ, ଆମର ଲକ୍ଷ୍ୟ ପରେ ପ୍ରତି ବ୍ଲକରେ ଗୋଟେ ଗୋଟେ ଶୀତଳ ଭଣ୍ଡାର କରାଯିବ ବୋଲି ଲକ୍ଷ୍ୟ ରହିଛି, ଯାହାଫଳରେ ପନିପରିବା ଅଭାବି ବିକ୍ରି ହେବନାହିଁ ବୋଲି ମନ୍ତ୍ରୀ କହିଥିଲେ  । ଜିଲାରେ ୯୦% ରାସନ କାର୍ଡ ହିତାଧିକାରୀ ଇ କେୱାଇସି ଅପଡେଟ୍ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ବାଘ, ଅତିରିକ୍ତ ଯୋଗାଣ ଅଧିକାରୀ ନରସିଂହ ପଣ୍ଡା, ସହକାରୀ ଯୋଗାଣ ଅଧିକାରୀ ଦେବସ୍ମିତା ମଲ୍ଲିକ, ଏଆରସିଏସ ଯୋଗମୟା ସାବତ, ମୁଖ୍ୟ ଜିଲା କୃଷି ଅଧିକାରୀ ରବିନାରୟଣ ପଣ୍ଡା, ସହକାରୀ ଉଦ୍ୟାନ ନିଦେ୍ର୍ଦଶକ ପ୍ରତାପ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଯୋଗାଣ ନିରୀକ୍ଷକମାନେ ଉପସ୍ଥିତ ଥିଲେ  ।