ଉକ୍ରଳ ଦିବସ ପାଳିତ 

 ଜଟଣୀ: ଜଟଣୀର ଅଗ୍ରଣୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା ବିପିନ ବିହାରୀ ପାଠଗାର ତରଫରୁ ଉକ୍ରଳ ଦିବସ ପାଳନ ହୋଇଛି     ଏଥିରେ ସଭାପତିତ୍ୱ କରିଥିଲେ ଶିଶୁ ସାହିତି୍ୟକ ତି୍ରଲୋଚନ ମହାପାତ୍ର । ଐତିହାସିକ ସତ୍ୟବାଦୀ ବଳିଆରସିଂହ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. ଲକ୍ଷ୍ମଣ ସାହୁ,ଅଧ୍ୟକ୍ଷ ମହାନଦୀ ଡିଗ୍ରୀ କଲେଜ, ଶ୍ରୀଯୁକ୍ତ ନେତ୍ରାନନ୍ଦ ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରବିନ୍ଦ୍ର ରାଉତରାୟ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଦିବଙ୍ଗତ ଆତ୍ମା କବି ରମାକାନ୍ତ ରଥ, ଅଭିନେତା ଉତମ ମହାନ୍ତି ଓ ରାଜନେତା ଡ. ଦେବେନ୍ଦ୍ର ପ୍ରଧାନଙ୍କ ଉଦେ୍ଦଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଉକ୍ରଳ ଦିବସ ଉପରେ ବକ୍ତାମାନେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । କବିତା ଆସର ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ତତ୍ୱାବଧାନରେ ହୋଇଥିଲା । ଡ.ଶିବପ୍ରସାଦ ଖୁଣ୍ଟିଆ, ଡ. ଶୁଭଶ୍ରୀ ଦେବୀଦର୍ଶନୀ, ବିପିନ ବିହାରୀ ମହାନ୍ତି, ଡ. ବେଣୁଧର ଦାସ, ଡ. ପ୍ରବୀଣା ପି୍ରୟଦର୍ଶିନୀ, ରଶ୍ମିରଞ୍ଜନ ଜେନା, ସରୋଜିନୀ ଜେନା, ରଶ୍ମିତା ନାୟକ, ପଦ୍ମାଳୟା ପାଣିଗ୍ରାହୀ, ରାଜେନ୍ଦ୍ର ବାରିକ, ସୁଦର୍ଶନ ମହାପାତ୍ର, ପଣ୍ଡିତ ରମାକାନ୍ତ ମିଶ୍ର, ପଦ୍ମନାଭ ପାଣିଗ୍ରାହୀ, ରବୀନ୍ଦ୍ର ପ୍ରସାଦ ମିଶ୍ର, ଜ୍ଞାନ ଦାସ,  ବୀରଞ୍ଚô ଚହଟରାୟ ଉପସ୍ଥିତ ଥିଲେ । ଆଦିନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।