ଦୁର୍ଘଟଣାରେ ଆହାତଙ୍କୁ ସହାୟତା
ଜୟପୁର: ବୈପାରିଗୁଡା ବ୍ଲକ୍ ସୁକୁନାଳ ପାଖରେ ଘଟିଥିବା ବସ ଦୁର୍ଘଟଣାରେ ଆହାତ ଯାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ, ପୋଲିସ ଓ ସ୍ଥାନୀୟଲୋକଙ୍କ ସହାୟତାରେ ତୁରନ୍ତ ଚିକିସôା ଯୋଗାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ସେହିଦିନ ଖବର ପ୍ରସାର ହେବାପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦୁଇଜଣ ସ୍ଥାନୀୟ ପାରା ଲିଗାଲ ସ୍ୱଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ସେମାନେ ଦୁର୍ଘଟଣା ସ୍ଥଳକୁ ତୁରନ୍ତ ଯାଇ ପ୍ରଶାସନ ଓ ପୋଲିସଙ୍କ ସହିତ ସମନ୍ୱୟ ରଖି ଆହାତ ବ୍ୟକ୍ତିଙ୍କୁ ଉଦ୍ଦାର କରି ବୈପାରିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଜୟପୁରରେ ପ୍ରେରଣା କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଆଇନ ସେବା ପ୍ରାଧିକରଣର କର୍ମକର୍ତ୍ତା ମଧ୍ୟ ଜିଲ୍ଲା ମୂଖ୍ୟ ହସ୍ପିଟାଲ ଜୟପୁର ଯାଇ ଆହାତ ବ୍ୟକ୍ତିଙ୍କୁ ଭେଟି ତାଙ୍କ ସ୍ୱାସ୍ୟ୍ୟବସ୍ଥା ବୁଝି ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିଥିଲେ ଓ ସମସ୍ତ ଆହାତ ବ୍ୟକ୍ତି କିପରି ନିଜ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବେ ସେଇ କାର୍ଯ୍ୟରେ ମଧ୍ୟ ସମ୍ପୁର୍ଣ୍ଣ ସହଯୋଗର ହାତ ବଢେଇଥିଲେ ।