ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସେବାୟତ

 ଯାଜପୁର ଟାଉନ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପ୍ରକଳ୍ପକୁ ନେଇ କିଛିଦିନ ଧରି ବିବାଦ ଲାଗି ରହିଥିଲା । ଯାହାକୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ ଘଟାଇଛନ୍ତି । ମୁଖ୍ୟମନ୍ତ୍ରୀ ମା’ବିରଜା ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ଘୋଷଣା କରିବା ପରେ ମା ବିରଜା ମନ୍ଦିରର ମୁକ୍ତିମଣ୍ଡପ ସେବାୟତ ଏହାକୁ ସ୍ୱାଗତ କରିଛନ୍ତି । କେବଳ ସ୍ୱାଗତ ନୁହେଁ ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମା ବିରଜା ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ନିଦେ୍ର୍ଦଶ ଦେବା ସହିତ ଆବଶ୍ୟକ ପଡିଲେ ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟ ମନ୍ଥର ହେଉଥିବାରୁ ସେବାୟତ ଜିଲ୍ଲାପ୍ରଶାସନଙ୍କ ନିକଟରେ ଦାବୀ କରିଆସୁଥିଲେ । ସେବାୟତ ପରିଷଦର ସଭାପତି ଦେବୀପ୍ରସନ୍ନ ପାଣି, ସୁକାନ୍ତ ପାଣି, ସତ୍ୟନାରାୟଣ କର, ହିମାଂଶୁ ଶେଖର ପାଣି, ଶଶିଭୂଷଣ ପାଣି ସମେତ ଅନ୍ୟ ସେବାୟତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।