ବିଜ୍ଞାନ ମହାବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ଆସିକା ଚିନିଶିଳ୍ପ ଗବେଷଣା ଯାତ୍ରା
ଆସିକା: ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପରାମର୍ଶ କ୍ରମେ, ଆସିକା ଚÿିନିଶିଳ୍ପର ପରିଚÿାଳନା ନିଦେ୍ର୍ଦଶକ ଡ. ସୁଶାନ୍ତ କୁମାର ପଣ୍ଡାଙ୍କ ସହମତିରେ ଏବଂ ରସାୟନ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଯୁକ୍ତ ତିନି ଶେଷ ବର୍ଷ ରସାୟନ ବିଭାଗର ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ଗବେଷଣା ଯାତ୍ରା ହୋଇଯାଇଛି । ଏହି ଗବେଷଣା ଯାତ୍ରାରେ ରସାୟନ ବିଭାଗର ଅଧ୍ୟାପକ ଚନ୍ଦନ ମାରାଣ୍ଡି, ଅଧ୍ୟାପିକା ମାଧୂରୀ ହେମ୍ବ୍ରମ ଏବଂ ରସାୟନ ବିଭାଗ ପ୍ରୟୋଗଶାଳା ଶିକ୍ଷକ ଦ୍ୱୟ ଧନଞ୍ଜୟ ମହାପାତ୍ର ଏବଂ କୃଷ୍ଣ ଚÿନ୍ଦ୍ର ପାତ୍ରଙ୍କ ସହ ୨୫ ଜଣ ରସାୟନ ସମ୍ମାନ ଶିକ୍ଷାର୍ଥୀ ରସାୟନିକ ଗବେଷଣା ନିମନ୍ତେ ଆସିକା ଚÿିନି ଶିଳ୍ପ ପରିଦର୍ଶନ କରିଥିଲେ । ଚÿିନି ଉତ୍ପାଦନର ପ୍ରକ୍ରିୟାକୁ ସମସ୍ତେ ପରଖିଥିଲେ । ଚÿିନି ଶିଳ୍ପର ଭାରପ୍ରାପ୍ତ ରସାୟନ ପ୍ରୟୋଗଶାଳା ସହାୟକ କୃଷ୍ଣଚÿନ୍ଦ୍ର ଲେଙ୍କା ସମସ୍ତଙ୍କୁ ଚିÿନି ଉତ୍ପାଦନର ସମଗ୍ର ରସାୟନିକ ପ୍ରକ୍ରିୟାକରଣ ସଂଦର୍ଭରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଖୁର ଗୁଣାତ୍ମକ କିପରି ପରୀକ୍ଷା କରାଯାଏ, ଆଖୁର ଅଶୁଦ୍ଧ ପ୍ରକ୍ରିୟାକୁ କିପରି ବିଶୁ୍ଦ୍ଧିକରଣ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଏ, କେତେ ପରିମାଣରେ ଗନ୍ଧକ ପ୍ରୟୋଗ କରାଯାଏ,ଚÿିନିକୁ ଶୁଭ୍ରତାରେ କିପରି ପରିଣତ କରାଯାଏ, ଆଖୁରୁ ଗୁଡ଼, ସାକାରିନ ଏବଂ ମୋଲାସସ୍ କିପରି ବାହାରେ, ଏପରି ଅନେକ ଚÿିନି ଉତ୍ପାଦନର ସମସ୍ତ ବିଶୋଧନ ରସାୟନିକ ପ୍ରକ୍ରିୟାର ଧାରାବିବରଣୀ ଚÿିନିଶିଳ୍ପର ପ୍ରୟୋଗଶାଳା ସହାୟକ ସମସ୍ତ ଶିକ୍ଷାର୍ଥୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ ଏବଂ ଶିକ୍ଷାର୍ଥୀ ମାନଙ୍କ ବିଭିନ୍ନ ରସାୟନିକ ପ୍ରକ୍ରିୟାର ବିଶୋଧନ ଏବଂ ବିଶୁଦ୍ଧିକରଣର ଉକôଣ୍ଠା ପ୍ରଶ୍ନର ଉତ୍ତର ରଖିଥିଲେ । ଚÿିନି ଶିଳ୍ପର ଗୋଦାମ ଗୃହକୁ ମଧ୍ୟ ସମସ୍ତେ ଦେଖିଥିଲେ । ଏପରି ଗବେଷଣା ଯାତ୍ରା ଦ୍ୱାରା ଶିକ୍ଷାର୍ଥୀମାନଙ୍କ ରସାୟନିକ ଗବେଷଣାର ସମସ୍ତ ତଥ୍ୟର ଜ୍ଞାନାର୍ଜନ ଏବଂ ଭବିଷ୍ୟତ ରସାୟନିକ ଶୋଧାର୍ଥୀ ହେବା ପାଇଁ ଆରମ୍ଭିକ ଧାରଣା ମନରେ ଉଦ୍ବିତ କରିବାର ନଜିର ରହିଛି ।