ଦୁର୍ଘଟଣାରେ ବାଇକ ଚାଳକ ଗୁରୁତ୍ତର
ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଏକ ଅଜଣା ଗାଡି ଧକାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ନଦୀଗାଁ ପଞ୍ଚାୟତ ରଘୁନାଥପୁର ଗଞ୍ଜ ଗ୍ରାମର ହରିହର ଦାସ କୌଣସି କାମରେ ବାଇକ ଯୋଗେ ଜାମୁଝାଡି ଯାଉଥିବା ବେଳେ ତଳନଗର ନିକଟ ମୋନାଲି ଢ଼ାବା ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକ ପଛରୁ ଧକା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ହରିହର ଭାରସାମ୍ୟ ହରାଇ ଡିଭାଇଡରକୁ ଧକା ଦେଇ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତ୍ତର ଅବସ୍ଥାରେ ହରିହରଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରିଛନ୍ତି ।