ତିନୋଟି ଚୋରା ବାଲି ବୋଝେଇ ଗାଡି ଜବତ

 ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳରେ ଗୁରୁବାର ଭୋର ତିନିଟା ସମୟରେ ତିନୋଟି ଚୋରା ବାଲି ବୋଝେଇ ଗାଡ଼ି ଜବତ ହୋଇଛି । ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବୁଢ଼ାବଳଙ୍ଗ ନଦୀର ବିଭିନ୍ନ ନଦୀ ଘାଟରେ ବାଲି ଚୋରାଚାଲାଣ ହେଉଥିବା ସୂଚନା ମିଳିଥିଲା । ସୂଚନା ଅନୁଯାୟୀ ଭୋର ତିନିଟା ସମୟରେ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢ଼ାଉ କରି ବାଲି ବୋଝେଇ ଗୋଟିଏ ଟିପର୍, ଗୋଟିଏ ଡମ୍ପର ଓ ଗୋଟିଏ ଟ୍ରାକ୍ଟର ଜବତ କରିଥିବା ବେଳେ ତିନୋଟି ଯାକ ଗାଡ଼ିର ଡ଼୍ରାଇଭର ମାନେ ଫେରାର ହୋଇଯାଇଛନ୍ତି । ସମସ୍ତ ଜବତ ଗାଡିଗୁଡିକ ବୈଶିଙ୍ଗା ଥାନାରେ ଜିମା ଦିଆଯାଇଥିବାବେଳେ ଏହାକୁ ନେଇ ତିନୋଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।