ପ୍ରଧାନଶିକ୍ଷକ ପଦ୍ମାନଭ ଗିରିଙ୍କୁ ବିଦାୟୀ ସମ୍ୱର୍ଦ୍ଧନା: କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ

ବନ୍ତ: ବନ୍ତ ବ୍ଲକ, ଛୟାଳସିଂ ପଞ୍ଚାୟତ ଗଣ୍ଡକୁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମାନଭ ଗିରିଙ୍କ ବିଦାୟ କାଳୀନ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ନିତ୍ୟାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବନ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ, ଅତିରିକ୍ତ ଶିକ୍ଷାଅଧିକାରୀ ହରେକୃଷ୍ଣ ଆପଟ୍ଟ, ପ୍ରମୋଦ କୁମାର ପଣ୍ଡା, ଭାଗିରଥି ପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଭାସ୍କର ଚନ୍ଦ୍ର ପାଢ଼ୀ, ଅଲେଖ ଚନ୍ଦ୍ର ନାୟକ, ସ୍ଥାନୀୟ ସରପଞ୍ଚ ସତ୍ୟଭାମା ଧଳ, ସମିତି ସଭ୍ୟା ନିରୁପମା ରାଉତ, ନାୟବ ସରପଞ୍ଚ ଉର୍ମିଳା ଜେନା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ପାଳ, ମୋ ସ୍କୁଲ ସଭାପତି ନୃସିଂହ ଚରଣ ଜେନା, ସମାଜ ସେବୀ ସନ୍ତୋଷ କୁମାର ନାୟକ, ଶିକ୍ଷାବିତ ହରିହର ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ରମାକାନ୍ତ ରାଉତ, ସୁବାସ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ରାଜଶ୍ରୀ ନାୟକ, ତପଶ୍ୱନୀ ପହି, ନୃସିଂହ ଜେନା, ସମେତ ଅନେକ ଅତିଥି ଯୋଗଦେଇ ପଦ୍ମନାଭ ସାରଙ୍କର ଗୁଣାବଳୀ ବିଷୟରେ ନିଜର ମତ ରଖିଥିଲେ । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅତିଥି ପରିଚୟ ଅଭୟ କୁମାର ପ୍ରଧାନ । ଧନ୍ୟବାଦ ଅର୍ପଣ ବଳରାମ ଜେନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗଣେଶ ପ୍ରସାଦ ଦାସ, ଅର୍ଜୁନ ଚରଣ ଜେନା, ଶରତ ଜେନା । ହୃଷିକେଶ ନାୟକ ପ୍ରମୁଖ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।