ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ 

arrest


ାା ପ୍ରଭାନୁ୍ୟଜ୍ ।ା ସୋର:  ସୋର ଥାନା ଟେଣ୍ଟେଇ ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁସାରେ ଗତକାଲି ଟେଣ୍ଟେଇ ଗ୍ରାମର ଜଣେ ଯୁବତୀ ଏକୁଟିଆ ଘରେ ଥିବା ବେଳେ ସେହି ଗ୍ରାମର ଘଣ୍ଟରା ମଳିକ (୩୫) ତାଙ୍କ ଘରେ ପହଞ୍ଚି ଅସଦାଚରଣ କରିଥିବା ନେଇ ଯୁବତୀଙ୍କ ପରିବାର ତରଫରୁ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ପୁଲିସ ସୋର ଥାନାରେ ୬୧୭/୨୫ରେ ଏକ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ସନ୍ଧ୍ୟାରେ ତଦନ୍ତ କାରି ଅଧିକାରୀ ଶ୍ରୀ ବିଶ୍ୱାଳ ଘଣ୍ଟରାକୁ ତା ଘରୁ ଗିରଫ କରି ସୋର ଥାନାରେ ରଖିଥିଲେ । ଆଜି ଅପରାହ୍ନରେ ସୋର ମେଡିକାଲରେ ତାର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି ।