ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଟିଗାଁ ନିକଟରେ ଦୁଇ ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ମୃତ ହେବା ସହ ତିନି ଗୁରୁତର ହୋଇଥିବା ଜଣାପଡ଼ିଛି  । ସରକାରୀ କାର୍ଯ୍ୟରେ ରାସ୍ତା ଦେଇ ଯାଉଥିବା ନବରଙ୍ଗପୁର ଏସ୍ପି ଦୁଇ ଆହତଙ୍କୁ ନିଜ ଗାଡ଼ିରେ ଆଣି ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କଲେ । ନବରଙ୍ଗପୁର ଜିଲ୍ଲା  କୋଡ଼ିଙ୍ଗା ଥାନା ଭାଟିଗାଁ ନିକଟରେ  ଦୁଇ ବାଇକ ମୁଁହା ମୁହିଁ ଧକ୍କା ହୋଇଥିଲା । ଗୋଟିଏ ବାଇକ ଚିର୍ମା ପଟରୁ ନବରଙ୍ଗପୁର ଅଭିମୁଖେ ଆସୁଥିଲେ । ବାଇକରେ ଅବେଦ କୁମାର ତାରା ଓ ଜଗତ ରାଜ ଖରା ଥିବାବେଳେ ଅନ୍ୟ ବାଇକଟି ନବରଙ୍ଗପୁର ଥାନା ଅନ୍ତର୍ଗତ ପଡାଲଗୁଡା ଗ୍ରାମର ସଦାଶିବ ଭତ୍ରା, ଧନିଆ ମାଝୀ ଓ ରଘୁ ବୈରାଗୀ ଏକ ବାଇକରେ ତିନି ଜଣ କୋଷାଗୁମୁଡା ଅଞ୍ଚଳର କୁସୁମପାଲି ଗ୍ରାମକୁ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ । ତେବେ ଭାଟିଗାଁ ଓ ସରଗିଗୁଡା ମଧ୍ୟ ରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ  ଧନିଆ ମାଝୀ ଓ ରଘୁ ବୈରାଗୀ ଦୁଇ ଜଣ ମୃତୁ୍ୟବରଣ କରିଥିଲେ  । ଅନ୍ୟ ତିନି ଗୁରୁତର ହୋଇଥିଲେ । ତେବେ ଠିକ ସେହି ସମୟରେ କୋଷାଗୁମୁଡା ଅଞ୍ଚଳକୁ ନିଜ ସରକାରୀ କାର୍ଯ୍ୟରେ ଯାଉଥିବା ବେଳେ ନବରଙ୍ଗପୁର ଏସ୍ପି ମିହିର କୁମାର ପଣ୍ଡା ଆହତ ଦୁଇ ଜଣଙ୍କୁ ନିଜ ଗାଡ଼ିରେ ବୋହି ଆଣି ନବରଙ୍ଗପୁର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅନ୍ୟ ଏକ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିସôାଳୟକୁ ଅଣାଯାଇଥିଲା । ଆହତଙ୍କୁ ପ୍ରାଥମିକ ଚିକିସôା ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏସ୍ପିଙ୍କ ଏହି କାର୍ଯ୍ୟ ପାଇଁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି  ।