ଧର୍ମପରାୟଣ ବ୍ୟକ୍ତିଙ୍କର ପରଲୋକ

 ପଟ୍ଟାମୁଣ୍ଡାଇ : ବଡମୁଳୁବସନ୍ତ ଗ୍ରାମପଞ୍ଚାଯତ ଅନ୍ତର୍ଗତ ନସିପୂର ଗ୍ରାମର ନୃସିଂହ ଚରଣ ବଳଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି  । ପିଲାଦିନରୁ ସେ ଧାର୍ମିକ ଦିକ୍ଷା ଗ୍ରହଣ କରିଥିଲେ । ସେ ଆଖ ପାଖ ଅଞ୍ଚଳରେ ହେଉଥିବା ସମସ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦେଉଥିଲେ । ସେ ଜଣେ ଅତ୍ୟନ୍ତ ପରୋପକାରୀ, ମିଷ୍ଟଭାଷୀ ଓ ଦୟାଳୁ ବ୍ୟକ୍ତି ଥିଲେ । ସେ ବାଟିପଡା ଧବଳେଶ୍ୱର ପାଖରେ ରୁଦ୍ରଭିଷେକ କରିସାରିବା ପରେ ଅପରାହ୍ନ ୫ ଘଟିକା ଇହଲୀଳା ସମ୍ବରଣ କଲେ, ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗ ଦ୍ୱାରରେ ସଂସ୍କାର କରାଯାଇଥିଲା । ତାଙ୍କ ବଡପୁଅ ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତୁ୍ୟ ହୋଇଥିବା ଖବର ଜଣାପଡିବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି ।