ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ୧୦୨ ଅଭିଯୋଗ
ଭଣ୍ଡାରିପୋଖରୀ/ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକରେ ସୋମବାର ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ୧୦୨ ଅଭିଯୋଗ ଆଗତ ହୋଇଛି । ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ, ଜିଲ୍ଲା ପୁଲିସ ଅଧିକ୍ଷକ ମାଡକର ସନ୍ଦିପ ସମ୍ପଦ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସେଥିମଧ୍ୟରୁ ରାସନକାର୍ଡ, ଭର୍ତ୍ତା, ପ୍ରଧାନମନ୍ତ୍ରୀ ଆବାସ, ଜବରଦଖଲ ଉଚ୍ଛେଦ ଭଳି ୭୨ଟି ବ୍ୟକ୍ତିଗତ ଅଭିଯୋଗ ଓ ୨୭ଟି ସାମୁହିକ ଅଭିଯୋଗ ଥିଲା । ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ୩ଟି ଆବେଦନ ଆସିଥିଲା । ରେଡକ୍ରସ ପାଣ୍ଠିରୁ ୧୬ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ୩୨ଟି ଅଭିଯୋଗର ତକôାଳ ସମାଧାନ କରାଯାଇଥିଲା । ୩ଜଣ ଦିବ୍ୟାଙ୍ଗଙ୍କୁ ୩ ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ ।