ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାଣା ରାଜ୍ୟ ଭଦ୍ରାଦ୍ରି କତାଗୁଡେମ ଜିଲ୍ଲା ପୋଲିସ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତଥ୍ୟ ଅନୁଯାୟୀ ସୀମାନ୍ତ ଛତିଶଗଡ ରାଜ୍ୟ କାଙ୍କେର, ବିଜାପୁର, ଦନ୍ତେବାଡା, ସୁକୁମା, ପ୍ରଭୃତି ଜିଲ୍ଲାର ୧୯ ଜଣ ମାଓବାଦୀ ଆଜି ତେଲେଙ୍ଗାଣା ଭଦ୍ରାଦ୍ରି କତାଗୁଡେମ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀ ହେଲେ ସରୋଟି ମନିଷ୍, ମାଡବି ନନ୍ଦା, ମାଡବି ହାନ୍ଦା, ମାଡବି ହିଡମା, ମଡକମ୍ ଦେବା, କୋଲୁମୁ ଆଇତା, ପଡିୟମ୍ ନଗେଶ, ସୋଡି ଅର୍ଜୁନ, ପଡିୟମ୍ ଆଡମା, ମଡକମ୍ ଉଙ୍ଗା, କୁଞ୍ଜାମ ଘାସି, ମିର୍ଗମ ସୁକାୟା, ମାଡବି ଇଡମାୟା, ସେଲ୍ୱମ୍ ଭେଙ୍କଟ, ସାଲବାମ୍ ଶଙ୍କର, ମାଡବି କୋସା, ଦିର୍ଜ ସୁଲା, ସୋଡି ଇଡମା । ଜାନୁଆରୀ ମାସରେ ପ୍ରାୟ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ସରକାରୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରକାଶ କରାଯାଇଛି ।