ଧର୍ମପ୍ରାଣା ମହିଳାଙ୍କ ପରଲୋକ
ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ୍ ଚଳାନପଡ଼ା ଗ୍ରାମର ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ବାରିକଙ୍କ ସହ ଧର୍ମିଣୀ ଦେବ କୁମାରୀ ଦେବୀଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପ୍ରାଣା ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତୁ୍ୟ ସମୟରେ ପୁଅ ଝିଅ ସମସ୍ତେ ଉପସ୍ଥିତ ଥିଲେ । ସ୍ଥାନୀୟ ଶ୍ମଶାନରେ ଅନ୍ତେଷ୍ଠି କ୍ରିୟା କରାଯାଇଥିବା ବେଳେ ବଡ଼ ପୁଅ ପ୍ରମୋଦ ବାରିକ ମୁଖାଗ୍ନି ଦେଇଥିଲେ । ଅନ୍ତେଷ୍ଠି କ୍ରିୟାରେ ପରିବାର ସମେତ ସମସ୍ତ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ ।