ଧର୍ମେନ୍ଦ୍ରଙ୍କ ସହଯୋଗରେ  ଜି. କିଷାନଙ୍କୁ ଭେଟିଲେ ଟ୍ରକ୍ ମାଲିକ

 ଭୁବନେଶ୍ୱର  : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅନୁଗୋଳ ଓ କୋଲାଡ଼ ଟ୍ରକ ମାଲିକ ସଂଘର ପ୍ରତିନିଧିଦଳଙ୍କ ଉପସ୍ଥିତିରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଭେଟିଛନ୍ତି । ଏହି ଆଲୋଚନାକାଳରେ ଟ୍ରକ ମାଲିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା  ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଟ୍ରକ୍ ମାଲିକ ଏବଂ ଚାଳକଙ୍କ କଲ୍ୟାଣ ସୁନିଶ୍ଚିତ କରିବା, ସ୍ଥାନୀୟ ଅର୍ଥନୀତିକୁ ପ୍ରୋସôାହିତ କରିବା ତଥା ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସର୍ବାଙ୍ଗିନ ବିକାଶ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ପ୍ରସଙ୍ଗଗୁଡ଼ିକ ସମ୍ଭାବ୍ୟ ସମାଧାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।