ଧାନମଣ୍ଡି ଉଦ୍ଘାଟିତ
ବାଙ୍କୀ: ରଗଡି ସେବା ସମବାୟ ସମିତିରେ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଏହାକୁ ସମିତିର ସଭାପତି ଉଦିତ୍ କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ତଥା ଯୁବନେତା ଭାଗୀରଥି ପାଣି, ସରପଂଚ ବିଜୟ ଲକ୍ଷ୍ମୀ ମହାନ୍ତି, ନୋଡାଲ୍ ଅଫିସର ମମତା ଗୋଚ୍ଛି, ଆରଏମ୍ସି କର୍ମ·ରୀ ରକେଶ ପ୍ରଧାନ ଏବଂ ଅନ୍ୟାନ୍ୟ ଚାଷୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂପାଦକ ରଞ୍ଜନ କୁମାର ସେଠୀ ପରିଚାଳନା କରିଥିଲେ । ପ୍ରଥମ ଦିନରେ ୧୮ଜଣ ଚାଷୀଙ୍କ ଠାରୁ ୪୫୦ କ୍ୱିଣ୍ଟାଲ୍ ଧାନ କ୍ରୟ କରାଯାଇଛି ।