ବେଆଇନ ମସ୍ଜିଦ ଉଚ୍ଛେଦ 

 ବେତନଟୀ:  ବେତନଟୀ ସ୍ଥିତ ଇନ୍ଦିରାନଗର ଠାରେ ଦେବୋତ୍ତର ବିଭାଗ ନିରୀକ୍ଷଣରେ ଥିବା ଶ୍ରୀ ହରିବଳ ଦେବଜୀଉଙ୍କ ସମ୍ପତ୍ତି ଉପରେ ବିନା ଅନୁମତିରେ ବେଆଇନ ଭାବେ ମସ୍ଜିଦ୍ ନିର୍ମାଣ ନେଇ ଜୟ ଶ୍ରୀରାମ ସେନା ପକ୍ଷରୁ ଅଭିଯୋଗ ପରେ ପୁଲିସ ପ୍ରଶାସନ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଦେବୋତ୍ତର ସମ୍ପତ୍ତି ଉପରେ ବୁଲ୍ଡୋଜର ଲଗାଇ ଜବରଦଖଲ ଉଚ୍ଛେଦ କରାଯାଉଛି । ଏଥିରେ ମାଜିଷ୍ଟ୍ରେଟ୍ ଭାବେ ବେତନଟୀ ତହସିଲଦାରଙ୍କ ଅତିରିକ୍ତ ଦାୟିତ୍ୱରେ ଥିବାବେଳେ ବିଡିଓ ସୁଶାନ୍ତ ସୁତାର, ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା, ରେଭିନୁ୍ୟ ସୁପରଭାଇଜର ଜଗନ୍ନାଥ ସିଂ, ରାଜସ୍ୱ ନିରୀକ୍ଷକ ରତନ ହେମ୍ବ୍ରମ୍ଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ  । ସେହିଭଳି ଆଇନ ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳ, ବେତନଟୀ ଆଇଆଇସି ସସ୍ମିତା ମହାନ୍ତି, ବଡ଼ସାହି ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ପ୍ରମୁଖଙ୍କ ସମେତ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଘଟଣାରୁ ପ୍ରକାଶ ଯେ, ଶୁଖିଲାହାର ସାମିଲ ମହୁଲିଆ ମୌଜାର ଖାତା ନଂ ୧୫ ଏବଂ ପ୍ଲଟନଂ ୧୩୪୭ରେ ଦେବୋତ୍ତର ବିଭାଗ ଜମି ଉପରେ ବିନା ଅନୁମତିରେ ନିର୍ମାଣକାର୍ଯ୍ୟ ବିରୋଧରେ ବେତନଟୀର ଜୟଶ୍ରୀରାମ ସେନା ପକ୍ଷରୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଉକ୍ତ ଜମିରୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିରେ ବେତନଟୀ ଜୟ ଶ୍ରୀରାମ ସେନାର କର୍ମକର୍ତ୍ତା, ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା, ଧର୍ମଜାଗରଣ କର୍ମକର୍ତ୍ତାର ସଦସ୍ୟମାନେ ଉପସ୍ଥିତ ଥିଲେ ।