୩୪ୟୁନିଟ୍ ରକ୍ତ ସଂଗ୍ରହ
ନୀଳଗିରି: ନୀଳଗିରି ଏନ୍ଏସି ଅନ୍ତର୍ଗତ ବାଣପୁର ଗ୍ରାମରେ ବିଦ୍ୟମାନ ଅଧିଷ୍ଠିତ ଦେବୀ ମା’ ରାବାୟଣୀ ମକର ମେଳା କମିଟି ପକ୍ଷରୁ ମା’ଙ୍କ ପୀଠ ସ୍ଥଳୀ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ନୀଳଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଯୋଗ ଦେଇ ସ୍ୱେଚ୍ଛାସେବୀ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ୩୪ୟୁନିଟ ରକ୍ତ ସଂଗୃହୀତ ହୋଇଥିବାବେଳେ ନୀଳଗିରି ରକ୍ତ ଭଣ୍ଡାରର ଡାକ୍ତର ଶିବାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ ରକ୍ତ ସଂଗ୍ରହ କରାଯାଇଥିଲା । ଲାବୋରେଟୋରିସିଆନ ସରୋଜ କୁମାର ପସା, ବେଣୁଧର ରାଉଳ, ଡାଟା ମେନେଜମେଣ୍ଟ ଆସିଷ୍ଟାଣ୍ଟ ସଂଗ୍ରାମ ମହାପାତ୍ର, ଗତିକୃଷ୍ଣ ମହାନ୍ତି, ମଞ୍ଜରୀ ବେହେରା, ରାଜେନ୍ଦ୍ର ବେହେରା ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିବାବେଳେ ସଂଗୃହୀତ ରକ୍ତକୁ ନୀଳଗିରି ରକ୍ତ ଭଣ୍ଡାରରେ ରଖାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମକରମେଳା କମିଟିର ସଭାପତି ଶଶୀକାନ୍ତ ବେହେରା, ସମ୍ପାଦକ ମାନସ ପ୍ରଧାନ, ଧ୍ରୁବ ଚରଣ ମଳିକ, ବିଷ୍ଣୁଚରଣ ମହାନ୍ତି, ନନ୍ଦକିଶୋର ବେହେରା, ଭଗବାନ ବେହେରା, ଦିଗାମ୍ବର ବେହେରା, ସତ୍ୟବ୍ରତ ବେହେରା, ଅକ୍ଷୟ ବେହେରା, ଶୁଭ ନାରାୟଣ ପ୍ରଧାନ, କାଳନ୍ଦୀ ବେହେରା, ରାଜେଶ ଜେନା, ପ୍ରତାପ ବେହେରା, ଘନଶ୍ୟାମ ବେହେରା, ହୃଦାନନ୍ଦ ବେହେରା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।