ଧାନ ଉଠାଣକୁ ନେଇ ଚାଷୀଙ୍କ ରାସ୍ତା ରୋକ୍

ଟାଙ୍ଗୀ-ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଭଟିମୁଣ୍ଡା ସମବାୟ ସମିତିରେ ମଣ୍ଡିରେ ଧାନ ଉଠାଣକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାର ଫଳସ୍ୱରୂପ ଟାଙ୍ଗୀ ସାଲେପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ପ୍ରକାଶ ଯେ, ଭଟିମୁଣ୍ଡା ମଣ୍ଡିକୁ ୩୦ ଜଣ ଚାଷୀ ଧାନ ନେଇ ସକାଳୁ ଆସିଥିଲେ । ତେବେ ଧାନ ପରୀକ୍ଷା ସମୟରେ ଧାନର ମାନ ଠିକ ନଥିବା ଜାଣିବା ପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଚାଷୀମାନଙ୍କର  ଅଭିଯୋଗ ଯେ ପୂର୍ବରୁ ମଧ୍ୟ ଅନେକ ଚାଷୀ ଏହି ମଣ୍ଡିରେ ଧାନ ଦେଇଥିଲେ ସେ ମାନ ନ ପରୀକ୍ଷା କରାଯାଇ ୫ କେଜି କଟା ଯାଉଥିଲା । ଯାହା ମିଲର ବିଭାଗୀୟ ଅଧିକାରୀ ଓ ଚାଷୀ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ହେଲେ ଆଜି ଚାଷୀମାନଙ୍କର ଧାନର ମାନ  ଖରାପ ଆଳରେ ଚାଷୀଙ୍କ ଧାନ ନ ଉଠିବାରୁ ଚାଷୀମାନେ ରାସ୍ତାରେ ଟାୟାର ଜାଳି ଧାନ ବସ୍ତା  ରଖି ରାସ୍ତାରୋକ୍ କରିଥିଲେ । ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚô ରାସ୍ତା ଅବରୋଧ କରିଥିବା ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।