ଆଇଆଇସିଙ୍କୁ ଆକ୍ରମଣ ଘଟଣା; ୪ ଅଭିଯୁକ୍ତ ଗିରଫ
କପ୍ତିପଦା,: କପ୍ତିପଦା ଖପରାପାଳ ଘାଟରେ ବାଲି ମାଫିଆମାନେ ଆଇଆଇସିଙ୍କୁ ଆକ୍ରମଣ କରିବା ସହିତ ପୁଲିସ୍ ଗାଡ଼ିକୁ ଭାଙ୍ଗିବା ଘଟଣାରେ ୪ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଇଆଇସି ଆକ୍ରମଣକାରୀଙ୍କ ବିରୋଧରେ ନିଜେ ଥାନାଧିକାରୀ ଏତଲା ଦେବା କେସ୍ ନଂ ୩୧୧ ରେ ଏକ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ପୂଜା ପାଣିଗ୍ରାହୀ (୪୨), ସୀମାରାଣୀ ପ୍ରଧାନ (୩୦), ସତ୍ୟଭାମା ପ୍ରଧାନ (୫୫), ଗୀତାଞ୍ଜଳି କର ଓରଫ୍ ମୀତାଞ୍ଜଳି ରାଉତ (୩୦) । ପ୍ରକାଶ ଥାଉକି, ଗତ ୧୭ ତାରିଖ ରାତି୍ରରେ କପ୍ତିପଦା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ ଏବଂ ଅତିରିକ୍ତ ତହସିଲଦାର ମିଳିତ ଚଢ଼ଉ କରି ଖପରାପାଳ ଘାଟରେ ବେଆଇନ୍ ଭାବେ ଗଚ୍ଛିତ ରଖାଯାଇଥିବା ବାଲିକୁ ଜବତ ରଖିଥିଲେ । ତେବେ ୧୮ ତାରିଖ ସକାଳୁ ଆଇଆଇସି ପହଞ୍ଚôବାବେଳକୁ ଉକ୍ତ ବାଲିକୁ ମାଫିଆମାନେ ବିକି୍ର କରି ଦେଇଥିଲେ । ଏ ସଂର୍ପକରେ ଆଇଆଇସି ପଚାରିବାରୁ ମାଫିଆ ଏବଂ ତାଙ୍କ ସ୍ତ୍ରୀ ସମେତ ୫ରୁ ଅଧିକ ମହିଳା ଥାନାଧିକାରୀଙ୍କୁ ଆକ୍ରମଣ କରିଥିଲେ । ଥାନାଧିକାରୀଙ୍କୁ ପଥର ମାଡ଼ କରିବା ସହିତ ଥାନା ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ପଥର ମାଡ଼ରେ ଥାନା ଗାଡ଼ିର କାଚ ଭାଙ୍ଗିଥିବାବେଳେ ଆକ୍ରମଣରେ ଥାନା ଅଧିକାରୀଙ୍କ ବେକ ଓ ପିଠିରେ ଆଘାତ ଲାଗିଥିଲା ।