ଧାନ କିଣାରେ ସାମିଲ ହେଉ ଏଫ୍ପିଓ

 ଭୁବନେଶ୍ୱର : ଓଡ଼ିଶାର ଚାଷୀ ସମୁଦାୟର ସ୍ୱାର୍ଥ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ବିଜେପି କିସାନ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଧାନ ସଂଗ୍ରହ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଅନୁରୋଧ କରାଯାଇଛି । ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟାରେ ଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ କରାଯାଇଛି । ମିଲର ଓ ମଧ୍ୟସ୍ଥୀମାନେ “କାଟଣି-ଛାଟଣି” ନାଁରେ ପ୍ରତି କ୍ୱିଣ୍ଟାଲରୁ ୬-୧୦ କିଲୋଗ୍ରାମ ଧାନ କାଟୁଛନ୍ତି । ଏହା ସହିତ ଭାଗଚାଷୀମାନେ ନିର୍ଦ୍ଧିଷ୍ଟ ସମର୍ଥନ ମୂଲ୍ୟ (ଏମଏସପି) ୨,୩୦୦ ଟଙ୍କା (ଇନପୁଟ ସହାୟତା ସହିତ) ତୁଳନାରେ ବହୁ କମ ଦରରେ ମଧ୍ୟସ୍ଥୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହି ଶୋଷଣ ଚାଷୀଙ୍କ ଆୟକୁ ହ୍ରାସ କରୁଛି  । ଏଫ୍ପିଓଙ୍କୁ ଧାନ ସଂଗ୍ରହ ଅଧିକାର ନିବନ୍ଧିତ ଚାଷୀ ଉତ୍ପାଦକ ସଂଗଠନ (ଏଫ୍ପିଓ)ମାନଙ୍କୁ ଏମଏସପିରେ ସିଧାସଳଖ ଧାନ ସଂଗ୍ରହ କରିବାକୁ ଅନୁମତି ଦିଆଯାଉ ଏବଂ ସେମାନଙ୍କୁ ଧାନ ସଂଗ୍ରହ କେନ୍ଦ୍ର (ପିପିସି)ଓ ପି-ପାସ୍ (ପ୍ୟାଡି ପ୍ରୋକୁ୍ୟରମେଣ୍ଟ ଅଟୋମେସନ ସିଷ୍ଟମ) ସହ ସଂଯୋଗ କରାଯାଉ । ଏଫ୍ପିଓ ପରିଚାଳିତ ମିଲ୍ ପାଇଁ ସହାୟତା ଏଫ୍ପିଓଙ୍କୁ ଛୋଟ ଚାଉଳ ମିଲ୍ ପ୍ରତିଷ୍ଠା ପାଇଁ ସରକାରୀ ଜମି ବଣ୍ଟନ, ସହଜ ଋଣ ଓ ସରଳ ଲାଇସେନ୍ସ ପ୍ରଦାନ କରାଯାଉ ।  ଏହି ସଂସ୍କାରଗୁଡ଼ିକ ଚାଷୀଙ୍କ ଆୟ ବୃଦ୍ଧି, ସ୍ୱଚ୍ଛତା ନିଶ୍ଚିତ କରିବା, ଗ୍ରାମୀଣ ରୋଜଗାର ସୃଷ୍ଟି ଏବଂ ଓଡ଼ିଶାର କୃଷି ବ୍ୟବସ୍ଥାକୁ ସୁଦୃଢ଼ କରିବ  । ବରଗଡ଼, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପ ମିଆଦୀ ପାଇଲଟ୍ ପ୍ରକଳ୍ପ  । ଦୀର୍ଘ ମିଆଦୀ ଯୋଜନାରେ ଓଡ଼ିଶାର ୮୦% ଧାନ ଉଦ୍ଧୃତ୍ତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିବାର ରୂପରେଖ ଦିଆଯାଇଛି । “ଓଡ଼ିଶାର ଚାଷୀମାନେ ଆମ ରାଜ୍ୟର ମେରୁଦଣ୍ଡ । କିନ୍ତୁ ସେମାନେ ଏବେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି, ଯାହା ସେମାନଙ୍କ ଜୀବିକାକୁ ହାନି ପହଞ୍ଚାଉଛି ବୋଲି ପ୍ରଶାନ୍ତ କୁମାର ସ୍ୱାଇଁ କହିଛନ୍ତି ।  ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଅନୁଯାୟୀ ଏକ ଜାତୀୟ ମଡେଲ ସ୍ଥାପନ କରିପାରିବୁ ବୋଲି କହିଛନ୍ତି  ।