ଖୋଲୁଛି ସୌମ୍ୟାଶ୍ରୀ ମୃତୁ୍ୟ ରହସ୍ୟ
ଭୁବନେଶ୍ୱର: ଧିରେଧିରେ ସୌମ୍ୟାଶ୍ରୀ ମୃତୁ୍ୟ ରହସ୍ୟ ଖୋଲିବାରେ ଲାଗିଛି । ତାଙ୍କ ମୃତୁ୍ୟ ପ୍ରଚ୍ଛଦପଟରେ କିଏ କିଏ ରହିଛନ୍ତି, କିକି କାରଣମାନ ରହିଛି ତାହାର ପର୍ଦ୍ଦାଫାଶ ହେବାରେ ଲାଗିଛି । ଏଫଏମ କଲେଜର ଛାତ୍ରଛାତ୍ରୀ ଓ ସୌମ୍ୟାଶ୍ରୀଙ୍କ ସାଙ୍ଗମାନେ ବି ଘଟଣା ପଛର କାରଣ ବଖାଣିଛନ୍ତି । ଏସବୁ ଭିତରେ ଏଫଏମ କଲେଜର ତକôାଳୀନ ଅଧ୍ୟକ୍ଷ ଓ ଏଚଓଡ଼ିଙ୍କ ସହ ସୌମ୍ୟାଶ୍ରୀ ଓ ତାଙ୍କ ସାଙ୍ଗମାନଙ୍କ ଆଲୋଚନାର ଭିଡ଼ିଓ ବି ଭାଇରାଲ୍ ହୋଇଛି । ସୌମ୍ୟାଶ୍ରୀଙ୍କୁ ସେ କିଭଳି ଉଦେ୍ଦଶ୍ୟମୂଳକ ଭାବେ ଟାର୍ଗେଟ୍ କରୁଥିଲେ ତାହାର ପ୍ରମାଣ ବି ମିଳିଛି । ସେପଟେ ଆଇସିସି କମିଟିକୁ ଜେରା ପାଇଁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ଏସବୁ ଭିତରେ ଏକ ରାଜନୀତିକ ଚର୍ଚ୍ଚା ବି ହେଉଛି । ବାଲେଶ୍ୱର ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏନଏସୟୁଆଇ ଓ ଏବିଭିପି ମଧ୍ୟରେ ଚାଲିଥିବା ଲଢ଼େଇ ବି ଅନ୍ୟତମ କାରଣ । ଏଚଓଡ଼ି ସମୀର ଏନଏସୟୁଆଇର ବଡ଼ ସମର୍ଥକ । ଏନଏସୟୁଆଇର ପିଲାମାନଙ୍କ ସହ ବୁଲାବୁଲି, ରେଷ୍ଟୁରାଣ୍ଟ ଯିବା, ମଦ ପିଇବା ଆଦି ସବୁ କରୁଥିଲେ । ସୌମ୍ୟାଶ୍ରୀ ଏବିଭିପିର ଜଣେ ଆଗଧାଡ଼ିର ନେତ୍ରୀ ଥିଲେ । ତେଣୁ ସମୀର ତାଙ୍କୁ ଟାର୍ଗେଟ୍ କରୁଥିବା ଚର୍ଚ୍ଚା ହେଉଛି । ହୀନ ରାଜନୀତିକ ଉଦେ୍ଦଶ୍ୟରେ ସେ ସୌମ୍ୟାଶ୍ରୀଙ୍କୁ ଟାର୍ଗେଟ୍ କରୁଥିବାର ପ୍ରମାଣ ବି ରହିଛି । ଯେଉଁଥିପାଇଁ ଝିଅର ଅଭିଯୋଗ ପରେ ଏନଏସୟୁଆଇ ନେତା ତାଙ୍କୁ ଆକ୍ଷେପ କରି ପୋଷ୍ଟ କରିଥିଲେ । କିଛି ଛାତ୍ରଛାତ୍ରୀଙ୍କୁ ଲଗାଇ ତାଙ୍କ ବିରୋଧରେ ମିଛ ଅପପ୍ରଚାର ବି କରାଯାଇଥିଲା ।
ସୌମ୍ୟାଶ୍ରୀଙ୍କ ରୁମ୍ ମେଟ୍ ଏନେଇ କହିଛନ୍ତିଯେ, ଘଟଣାର ପୂର୍ବଦିନ ରାତିରେ ସୌମ୍ୟାଶ୍ରୀ ଖୁବ ଜୋରରେ କାନ୍ଦିଥିଲା । ଏଚଓଡ଼ି ତାକୁ ଉଦେ୍ଦଶ୍ୟମୂଳକ ଭାବେ ହଇରାଣ କରୁଥିବାରୁ ସେ ମାନସିକ ଚିନ୍ତାରେ ଥିଲା । ଏମିତିକି ତା’ର ଆତ୍ମହତ୍ୟା କରିବାର ଉଦେ୍ଦଶ୍ୟ ହିଁ ନଥିଲା । ଆତ୍ମହତ୍ୟା ନକରିବାକୁ ସେ ସବୁବେଳେ ବୁଝାଉଥିଲା । ସେ ଆସିଲେ ଖାଇବ ବୋଲି ବି କହିକି ଯାଇଥିଲା । କଲେଜ ପ୍ରିନ୍ସପାଲଙ୍କ ରୁମ୍ରେ କ’ଣ ଏମିତି ଘଟିଲାଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟ ଏକ ସୂଚନା ଅନୁଯାୟୀ, ସେଦିନ ସୌମ୍ୟାଶ୍ରୀଙ୍କୁ କ୍ଷମା ମାଗିବାକୁ ଅଧ୍ୟକ୍ଷ ବାଧ୍ୟ କରିଥିଲେ । ଅଧ୍ୟକ୍ଷ କହିଥିଲେଯେ, ଏଚଓଡ଼ିଙ୍କ ବିରୋଧରେ ଆଇସିସି କିଛି ରିପୋର୍ଟ ଦେଇନାହିଁ । ତାଙ୍କ ସପକ୍ଷରେ ରିପୋର୍ଟ ଆସିଛି । ତୁମେ ଏକ ଅଣ୍ଡରଟେକିଂ ଲେଖି ଭୁଲ ମାଗ ବୋଲି କହିଥିବା ଚର୍ଚ୍ଚା ହେଉଛି । ସେହିପରି ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସୌମ୍ୟାଶ୍ରୀ ନ୍ୟାୟ ପାଇଁ ସମସ୍ତଙ୍କୁ ଗୁହାରୀ କରିଥିଲେ । ବିଧାୟକ ଓ ସାଂସଦଙ୍କ ପାଖକୁ ବି ଯାଇଥିଲେ । ହେଲେ ଯେଭଳି ନ୍ୟାୟ ଆଶା କରିଥିଲେ ସେଭଳି ପାଇନଥିଲେ । ନ୍ୟାୟ ଦେବା ବଦଳରେ ସମସ୍ତେ କେବଳ ତାଙ୍କୁ ବୁଝାଶୁଝା କରିବାରୁ ସେ ବିଚଳିତ ହୋଇପଡ଼ିଥିଲେ । ଆଉ କାହା ଜରିଆରେ ନ୍ୟାୟ ପାଇବାର ଆଶା ନରଖି ନିଜ ହକର ଲଢ଼େଇ ନିଜେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଅଧ୍ୟକ୍ଷଙ୍କ ଆଚରଣ ତାଙ୍କୁ ବ୍ୟଥିତ କରିଥିଲା । ସେହିପରି ଏକ ଭାଇରାଲ ଭିଡ଼ିଓରେ ଏଚଓଡ଼ି ସମୀର ଗାଲୁଆମୀ କରୁଥିବା ଦେଖିବାକୁ ମିଳିଛି । ସେ କିଭଳି ଛାତ୍ରମାନଙ୍କ ସହ ମଦ ପିଅନ୍ତି, ନିଜେ କିଭଳି କ୍ଳାସ୍ ନିଅନ୍ତିନାହିଁ ଆଦି ସବୁ ବିଷୟ ଆଲୋଚନା ହେଉଛି । ସେହି ଭିଡ଼ିଓରେ ସୌମ୍ୟାଶ୍ରୀ, ଅଧ୍ୟକ୍ଷ, ଏଚଓଡ଼ିଙ୍କ ଏବଂ ଏବିଭିପିର ନେତାମାନେ ଥିବା ଦେଖିବାକୁ ମିଳୁଛି । ଆଲୋଚନାବେଳର ଭିଡ଼ିଓ ବି କରାଯାଇଥିଲା । ଅନ୍ୟ ଛାତ୍ରୀମାନଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଥିବାବେଳେ ତାଙ୍କୁ କାହିଁକି ମିଳିଲା ନାହିଁ ବୋଲି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ପଚାରିଥିଲେ । ଆଇନ୍ ସମସ୍ତଙ୍କ ପାଇଁ ସମାନ ହେଉ ବୋଲି ସେମାନେ କହିବା ସହ ଅଧ୍ୟକ୍ଷ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଥିଲେ । ଅପରପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା କମିଶନର-ସଚିବ ଶାଳିନୀ ପଣ୍ଡିତ ବିଦ୍ୟାଳୟମାନଙ୍କରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଇଣ୍ଟରନାଲ କମ୍ପ୍ଳେନ କମିଟି ଗଠନ କରିବା ସହ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ନିରାପତ୍ତା ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ହେଲପଲାଇନ୍ ନମ୍ବର ବିଦ୍ୟାଳୟର ପ୍ରମୁଖ ସ୍ଥାନରେ ଲେଖିବା ପାଇଁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ମହିଳା ହେଲପଲାଇନ୍-୧୮୧, ଶିଶୁ ହେଲପଲାଇନ୍ ୧୦୯୮, ପୁଲିସ୍ ହେଲପଲାଇନ୍-୧୧୨ ଓ ସ୍କୁଲ ଷ୍ଟୁଡ଼େଣ୍ଟ ହେଲପଲାଇନ୍-୧୮୦୦୩୪୫୬୭୨୨ ପ୍ରଦର୍ଶିତ କରିବାକୁ କୁହାଯାଇଛି । .