ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ


ପ୍ରହଲାଦ କୁମାର ସିଂହ : ଏଠି ଗାନ୍ଧୀ କାମ ନାହିଁ ଏହିପରି // ଯାହା କରିନାହିଁ ଗୋପ ଚଉଧୁରୀ ।” ଉକ୍ରଳ ସମ୍ମିଳନୀର ଅନ୍ୟତମ ସଂଗଠକ, ଖେରସ ଜମିଦାର ତଥା କଟକର ଆଗଧାଡ଼ିର ଓକିଲ ଗୋକୁଳାନନ୍ଦ ଚୋ÷ଧୁରୀଙ୍କ ଜ୍ୟେଷ୍ଠପୁତ୍ର ଗୋପବନ୍ଧୁ ଚୋ÷ଧୁରୀ ଉଚ୍ଚ ସରକାରୀ ଚାକିରି ଛାଡି, ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରି ସପରିବାରେ ଓ ସବାନ୍ଧବେ ଯେଭଳି ସ୍ୱାଧୀନତା ଆନେ୍ଦାଳନରେ ଝାସ ଦେଇ ସେବା, ସଂଗ୍ରାମ ଓ ସଂସ୍କାର କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କଲେ ତାହା ଓଡ଼ିଶା କାହିଁକି ଦେଶରେ ବି ବିରଳ । 
ସେ ଓଡ଼ିଶାର ଏ ଯୁଗର ଅନନ୍ୟ ପୁରୁଷ ଓ ମହାତ୍ମା ଥିଲେ ବୋଲି ଉଲ୍ଲେଖ କରି ସନ୍ଥ ବିନୋବା ଭାବେ ଲେଖିଥିଲେ ଯେ ରାଷ୍ଟ୍ରସେବା ଛଡା ଗୋପବନ୍ଧୁ ଚୋ÷ଧୁରୀ ଅନ୍ୟକିଛି କାମ କରିନାହାନ୍ତି ବା କରନ୍ତି ନାହିଁ । ଏ ପରିବାର ଭଳି ଅନ୍ୟ ପରିବାର ଆଉ ଭାରତରେ ଥିବା ସେ ଜାଣିନାହାଁନ୍ତି । ସେ ସାରା ଜୀବନ ସତ୍‌କାର୍ଯ୍ୟ କରିଯାଇଛନ୍ତି । ସେତେବେଳର ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ଗୋପବନ୍ଧୁ ଚୋ÷ଧୁରୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି କହିଥିଲେ, “ତାଙ୍କୁ ହରାଇ ସାରା ଦେଶ ବିଶେଷ କରି ଓଡ଼ିଶା ଜଣେ ଏପରି ନିଷ୍ଠାପର ସେବକ ହରାଇଲା ଯିଏ କେବଳ ସବୁଠାରୁ ଦରିଦ୍ର ଲୋକର ସେବା ପାଇଁ ବ୍ୟାକୁଳ ଥିଲେ । ସେ କେବଳ ନିଜେ ସେବାରେ ଲାଗି ନଥିଲେ, ନିଜର ସମଗ୍ର ପରିବାରକୁ ଦେଶସେବାରେ ନିୟୋଜିତ କରିଥିଲେ ।” ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ସର୍ବୋଦୟ ନେତା ଜୟପ୍ରକାଶ ନାରାୟଣ, ଡାକ୍ତର ସୁଶୀଳା ନାୟାର, ଜେ.ବି. କୃପାଳିନୀ, ପଣ୍ଡିତ ନୀଳକଣ୍ଠ ଦାସ, ବିଶିଷ୍ଟ ସାହିତି୍ୟକ କାଳନ୍ଦୀ ଚରଣ ପାଣିଗ୍ରାହୀ, ମାୟାଧର ମାନସିଂହ, ସରଳା ଦେବୀ, ଭାଗିରଥୀ ମହାପାତ୍ର, ଇଶ୍ୱରଲାଲ ବ୍ୟାସ ପ୍ରମୁଖ ତାଙ୍କ ବିୟୋଗରେ ଯେଉଁ ମର୍ମସ୍ପର୍ଶୀ ବାର୍ତ୍ତାମାନ ଦେଇଥିଲେ ସେସବୁ ବର୍ତ୍ତମାନ ପରିସ୍ଥିତିରେ ପ୍ରାସଙ୍ଗିକ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଫକୀର ମିଶ୍ରଙ୍କ ଭାଷାରେ, “ଗୋପବନ୍ଧୁ ଚୋ÷ଧୁରୀ ନିଜକୁ ଡିକ୍ଲାସଡ୍‌ କରିପାରିଥିଲେ ନିଜ ପ୍ରଯତ୍ନ ବଳରେ । ଡେପୁଟିରୁ ଅଡେପୁଟିକୁ, ନେତାରୁ କର୍ମୀ ଓ ସେଥିରୁ ସତ୍ୟାଗ୍ରହୀ, ସେଠୁ ଶେଷରେ ଶୂନ୍ୟ, ନିରହଙ୍କାର, ତ୍ୟାଗବୀର ଆଖ୍ୟା ବୋହିବାକୁ ତ ସ୍ୱଭାବତଃ ନାରାଜ ।” ଜ୍ଞାନପୀଠ ବିଜୟୀ ସାହିତି୍ୟକ ଗୋପୀନାଥ ମହାନ୍ତି ଗୋପବନ୍ଧୁ ଚୌଧୁରୀଙ୍କୁ ‘ଧୂଳିମାଟିର ସନ୍ଥ’ ଓ ‘ଦୀପଂଜ୍ୟୋତି’ ଭାବରେ ଦେଖିଛନ୍ତି ।
କଟକ କାଠଯୋଡ଼ି କୂଳରେ ଥିବା ଏକ ଭଡ଼ାଘରେ ଗୋକୁଳାନନ୍ଦ ଚୋ÷ଧୁରୀ ରହୁଥିଲେ । ସେହିଘରେ ୧୮୯୫ ମଇ ୮ ତାରିଖ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ସକାଳେ ଜନ୍ମ ହୋଇଥିଲେ ଗୋପବନ୍ଧୁ ଚୋ÷ଧୁରୀ । ପରେ ତାଙ୍କ ପିତା ସନ୍‌ସାଇନ୍‌ ପଡିଆ ନିକଟରେ ଏକ ଘର ତିଆରି କରି ସେଠାକୁ ଆସିଥିଲେ । ଯେଉଁ ଘରେ ଗୋପବନ୍ଧୁ ଚୋ÷ଧୁରୀ ଜନ୍ମ ହୋଇଥିଲେ ତାହା ପରେ ସ୍ୱାଧୀନତା ଆନେ୍ଦାଳନରେ ପ୍ରାଣକେନ୍ଦ୍ର ସ୍ୱରାଜ ଆଶ୍ରମ ନାମରେ ଖ୍ୟାତ ହେଲା । କଲିକତା ବିଶ୍ୱବିଦ୍ୟାଳୟରୁ ଗଣିତ ଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଆଇନ ପାଠ ପଢୁଥିବାବେଳେ ଡେପୁଟି ମାଜିଷ୍ଟ୍ରେଟ ଚାକିରିରେ ସେ ଯୋଗ ଦେଇଥିଲେ । ୧୯୧୪ ନଭେମ୍ବର ମାସରେ ଉକ୍ରଳ ଗୋ÷ରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳବଲ୍ଲଭଙ୍କ ଝିଅ ରମା ଦେବୀଙ୍କ ସହ ତାଙ୍କର ବିବାହ କରାଯାଇଥିଲା । ବିବାହର ଅଳ୍ପଦିନ ମଧ୍ୟରେ ତାଙ୍କ ବାପା ଓ ଶ୍ୱଶୁରଙ୍କ ପରଲୋକ ଘଟିଥିଲା । ଜଣେ କର୍ତ୍ତବ୍ୟପରାୟଣ ମାଜିଷ୍ଟ୍ରେଟ୍‌ ଭାବେ ସେ ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ ବରୀ, ବିଞ୍ଝାରପୁର ଆଦିର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ଦୁର୍ଦ୍ଦଶା ତାଙ୍କୁ ଆନେ୍ଦାଳିତ କଲା । ଲୋକଙ୍କ ସମସ୍ୟା ସମ୍ପର୍କରେ ତାଙ୍କ ରିପୋର୍ଟ ସରକାର ଗ୍ରହଣ ନକରି ବଦଳାଇବାକୁ ବାଧ୍ୟ କରିବାରୁ ଗୋପବନ୍ଧୁ ଚୋ÷ଧୁରୀ “ଚାକିରିରେ ମଣିଷ ଜୀବନର ଉନ୍ନତିର ସ୍ଥାନ ନାହିଁ” ବୋଲି ଉଲ୍ଲେଖ କରି ଇସ୍ତଫା ଦେଇଥିଲେ । ସେତେବେଳେ ତାଙ୍କ ପରିବାର ପରିଜନ ଇସ୍ତଫା ନଦେବାକୁ ଚାପ ପକାଉଥିବାବେଳେ ପତ୍ନୀ ରମା ଦେବୀ କିନ୍ତୁ ତାଙ୍କୁ ହିମ୍ମତ ଦେଇ ବିବେକାନୁଯାୟୀ ନିଷ୍ପତ୍ତି ନେବାକୁ ଉତ୍ସାହିତ କରିଥିଲେ । ଚାକିରିରୁ ଇସ୍ତଫା ଦେଇ ଅନ୍ୟଜଣେ  ଉକ୍ରଳମଣି ଗୋପବନ୍ଧୁଙ୍କୁ ସେ ଭେଟିଲେ ସତ୍ୟବାଦୀ ବନ ବିଦ୍ୟାଳୟରେ । ଏଠାରେ ଉଲ୍ଲେଖନୀୟ ପଣ୍ଡିତ ଗୋପବନ୍ଧୁ ଦାସ ଗୋକୁଳାନନ୍ଦ ଚୋ÷ଧୁରୀଙ୍କ  ଜୁନିୟର ଭାବେ କିଛିବର୍ଷ ଓକିଲାତି କରିଥିଲେ । ଉକ୍ରଳମଣିଙ୍କ ଆହ୍ୱାନ କ୍ରମେ ସେ କଂଗ୍ରେସରେ ଯୋଗଦେଇ ସ୍ୱାଧୀନତା ଆନେ୍ଦାଳନରେ ସକ୍ରିୟ ଅଂଶଗ୍ରହଣ କଲେ । ତାଙ୍କ ସାନଭାଇ ନବକୃଷ୍ଣ ଚୋ÷ଧୁରୀ ଏହାପୂର୍ବରୁ ଅସହଯୋଗ ଆନେ୍ଦାଳନରେ ଝାସଦେଇ ରେଭେନ୍ସା କଲେଜରୁ ପାଠପଢା ଛାଡ଼ିଥିଲେ । ଗୋପବନ୍ଧୁ ଚୋ÷ଧୁରୀ ୧୯୨୧ ମସିହାର ଯେଉଁଦିନ ଚାକିରିରୁ ଇସ୍ତଫା ଦେଲେ ତାହା ଥିଲା ତାଙ୍କ ବାପା ଗୋକୁଳାନନ୍ଦ ଚୋ÷ଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଘଟଣା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଡ଼ଭାଇ ସୁରେଶ ଚନ୍ଦ୍ର ବୋଷ ମଧ୍ୟ ମାଜିଷ୍ଟ୍ରେଟ୍‌ ଚାକିରିରୁ ଇସ୍ତଫା ଦେଇଥିଲେ । ଗୋପବନ୍ଧୁ ଚୋ÷ଧୁରୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ଦାଦା ବୋଲି ସମ୍ବୋଧନ କରୁଥିଲେ ନେତାଜୀ । ଓଡ଼ିଶାରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଉକ୍ରଳ ପ୍ରଦେଶ କଂଗ୍ରେସ କମିଟି ଗଢା ଯିବାବେଳେ ଗୋପବନ୍ଧୁ ଚୋ÷ଧୁରୀଙ୍କୁ ଏଆଇସିସିର ସଭ୍ୟଭାବେ ମନୋନୀତ କରାଯାଇଥିଲା । ଏହାପରେ ଭାଗିରଥୀ ମହାପାତ୍ର, ଗୋପବନ୍ଧୁ ଚୋ÷ଧୁରୀ ଆଦିଙ୍କ ଉଦ୍ୟମରେ ଜଗତସିଂହପୁର ନିକଟରେ ପ୍ରତିଷ୍ଠା କରାଯାଇଥିଲା ‘ଅଳକାଶ୍ରମ’ ୧୯୨୨ ବସନ୍ତ ପଞ୍ଚମୀରେ ।
ପିଲାଦିନୁ ଥାଟବାଟରେ ବଢି ଏକପ୍ରକାର ସାହେବୀ ଜୀବନଯାପନ କରୁଥିବା ଗୋପବନ୍ଧୁ ଚୋ÷ଧୁରୀ ଅସହଯୋଗ ଆନେ୍ଦାଳନରେ ଝାସଦେବା ବେଳକୁ ପିନ୍ଧୁଥିଲେ ଖଣ୍ଡିଏ ଛୋଟ ଖଦି ଲୁଗା ଓ ବିଶେଷ ଦରକାର ହେଲେ ଖଦି ଚାଦର ଖଣ୍ଡିଏ । ସେ ଲେଖିଛନ୍ତି, “ମୋର ଠିକ୍‌ ମନେନାହିଁ ଯେ ଗାନ୍ଧିଜୀ କୁର୍ତ୍ତା ଟୋପି ଛାଡିବା ପୂର୍ବରୁ ମୁଁ ଛାଡିଥିଲି କି ନାହିଁ ।” ସ୍ୱାଧୀନତା ଆନେ୍ଦାଳନ କାଳରେ ସେ ୧୯୩୦, ୧୯୩୨ ଓ ୧୯୪୨ରେ କାରାବରଣ କରିଥିଲେ । କେବଳ ସେ ଏକା ନୁହଁନ୍ତି ତାଙ୍କ ପତ୍ନୀ ରମାଦେବୀ, ଭାଇ ନବକୃଷ୍ଣ ଚୋ÷ଧୁରୀ, ଭାଇବୋହୂ ମାଳତୀ ଚୋ÷ଧୁରୀ, ପୁଅ ମନମୋହନ, ଝିଅ ଅନ୍ନପୂର୍ଣ୍ଣା, ଜାମାତା ଶରତ ଚନ୍ଦ୍ର ମହାରାଣା, ଝିଆରୀ ଉତ୍ତରା, ଭଣଜା ଭାଗିରଥୀ ମହାପାତ୍ର, ଭଣଜାବୋହୂ ସରଳା ଦେବୀ ଓ ସେମାନଙ୍କ ପୁତ୍ର ଅମିତାଭଙ୍କ ସମେତ  ପ୍ରିୟମ୍ବଦା ଦେବୀ, ଭଗିରଥ ଦାସ, ନିତ୍ୟାନନ୍ଦ କାନୁନ୍‌ଗୋ, ଗୁଣନିଧି ମହାନ୍ତି, ଗୋଲାପ ସୁନ୍ଦରୀ, ବିନୋଦ କାନୁନ୍‌ଗୋ ଓ ତାଙ୍କ ପତ୍ନୀ ଶଶୀବାଳା, ବୈକୁଣ୍ଠ ମହାନ୍ତି, ଶରତ କୁମାରୀ, ମୁରଲୀଧର କାନୁନ୍‌ଗୋ ଓ ତାଙ୍କ ପତ୍ନୀ ହାରାମଣି କାନୁନ୍‌ଗୋ, ଅନନ୍ତ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକ, ବିଚିତ୍ରା ନନ୍ଦ ଚୋ÷ଧୁରୀ, ମାଗୁଣି ଚରଣ କାନୁନ୍‌ଗୋଙ୍କ ସମେତ ବହୁ ବନ୍ଧୁବାନ୍ଧବ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ । ଗୋଟିଏ ସମୟରେ ପରିବାରରେ କେବଳ ବୁଢ଼ୀ ମା’ ପଦ୍ମାବତୀ ଦେବୀଙ୍କୁ ଛାଡି ଅନ୍ୟ ସମସ୍ତେ ଜେଲ୍‌ରେ ରହିଥିଲେ । 
ପଣ୍ଡିତ ମୋତିଲାଲ ନେହେରୁ କଟକରେ ଗୋପବନ୍ଧୁ ଚୋ÷ଧୁରୀଙ୍କୁ ପଚାରିଥିଲେ, “ତୁମ ପତ୍ନୀକୁ ଯଦି ସରକାର ଜେଲ୍‌ରେ ଭର୍ତ୍ତି କରିବେ ତେବେ ତମେ କ’ଣ ଆନେ୍ଦାଳନରେ ଅହିଂସ ରହିବ, ତୁମର ସମୁଦାୟ ସମ୍ପତ୍ତି ଯଦି ସରକାର କୋରଖ କରିନେବେ ତୁମେ କ’ଣ ସେ କ୍ଷତି ବରଦାସ୍ତ କରିପାରିବ ଏବଂ ତୁମର ଏକମାତ୍ର ପୁଅ ଯେତେବେଳେ ପୁଲିସର ଲାଠିମାଡ଼ ଖାଇବ ସେତେବେଳେ ତୁମେ କ’ଣ ବିଚଳିତ ହେବନାହିଁ? ସ୍ଥିତପ୍ରଜ୍ଞ ଗୋପବାବୁ ସେତେବେଳେ ଯେଉଁ ଉତ୍ତର ଦେଇଥିଲେ ତାହା ମୋତିଲାଲ ନେହେରୁଙ୍କୁ ଚକିତ କରିଦେଇଥିଲା । ଗାନ୍ଧିଜୀଙ୍କ ସହ ଗୋପବନ୍ଧୁ ଚୋ÷ଧୁରୀ ଓ ତାଙ୍କ ପରିବାରର ନିବିଡ଼ ସମ୍ପର୍କ ଥିଲା । ସେବା ସଂଘର ଟ୍ରଷ୍ଟି ଭାବେ ଗାନ୍ଧିଜୀ ତାଙ୍କୁ ମନୋନୀତ କରିଥିଲେ ଏହାଛଡ଼ା ଅଖିଳ ଭାରତ ଚରଖା ସଂଘ,  ହରିଜନ ସେବକ ସଂଘ, ଉକ୍ରଳ ପ୍ରଦେଶ କଂଗ୍ରେସ କମିଟି, ମୋ÷ଳିକ ଶିକ୍ଷାବୋର୍ଡ, ସର୍ବୋଦୟ ସମ୍ମେଳନ ଆଦି ବହୁ ସର୍ବଭାରତୀୟ ସଂସ୍ଥାର ସେ ଦାୟିତ୍ୱ ନିର୍ବାହ କରିଥିଲେ । କଲିକତାରୁ କରାଚି ପର୍ଯ୍ୟନ୍ତ ବହୁ କଂଗ୍ରେସ ଅଧିବେଶନରେ ତାଙ୍କ ପରିବାର ଯୋଗ ଦେଉଥିଲେ । ୧୯୨୧ରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତଠାରୁ ତାଙ୍କ ତିରୋଧାନ ଏମିତିକି ଏଯାବତ୍‌ ଗାନ୍ଧୀ ବିଚାର ସହିତ ଚୋ÷ଧୁରୀ ପରିବାର ଜଡ଼ିତ ହୋଇ ରହିଛି । ୧୯୩୦ ଜାନୁୟାରୀ ୨୬ରେ ଚୋ÷ଧୁରୀ ନିବାସରେ ହଜାର ହଜାର ଲୋକଙ୍କୁ ସେ ପୂର୍ଣ୍ଣ ସ୍ୱାଧୀନତାର ସଂକଳ୍ପ ପାଠ କରାଇଥିଲେ । ଏଇଠୁ ବାହାରିଥିଲା ଇଞ୍ଚୁଡ଼ି ଅଭିମୁଖେ ଲବଣ ସତ୍ୟାଗ୍ରହୀଙ୍କ ପଦଯାତ୍ରା ତାଙ୍କ ଅଧିନାୟକତ୍ୱରେ । ୧୯୩୪ରେ ଗାନ୍ଧିଜୀଙ୍କ ଓଡ଼ିଶାରେ ପଦଯାତ୍ରାରେ ସମଗ୍ର ଚୋ÷ଧୁରୀ ପରିବାର ସମର୍ପିତ ଭାବେ କାମ କରିଥିଲେ । ୧୯୩୮ରେ ବେରବୋଇ ସମ୍ମିଳନୀର ସଫଳତା ପଛରେ ଥିଲା ଗୋପବନ୍ଧୁ ଚୋ÷ଧୁରୀ ଓ ରମାଦେବୀଙ୍କ ହାତର ସ୍ପର୍ଶ । ୧୯୩୪ରୁ ବରୀକୁ ଗୋପବନ୍ଧୁ ଚୋ÷ଧୁରୀ ବରଣ କରିନେଇଥିଲେ ତାଙ୍କ କର୍ମଭୂମି ଭାବେ । ଏଇଠୁ କୃଷିର ବିକାଶ ସହ ରଚନାତ୍ମକ କାର୍ଯ୍ୟକ୍ରମର ପ୍ରୟୋଗ ସହିତ ନୀତିନିଷ୍ଠ ସଂଗ୍ରାମୀ ସୃଷ୍ଟି କରାଯାଉଥିଲା । ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୋ÷ଧୁରୀଙ୍କୁ ଲୋକେ ବରଣ କରିନେଇଥିଲେ ଓଡ଼ିଶାରେ ଚାଷୀମୂଲିଆଙ୍କ ଗାନ୍ଧୀ ଭାବେ । ବିଭିନ୍ନ ସର୍ବଭାରତୀୟ ସଭାରେ ଗାନ୍ଧୀଜୀ ଗୋପବନ୍ଧୁ ଚୋ÷ଧୁରୀଙ୍କ ମତ ଲୋଡି ପଚାରୁଥିଲେ, ‘ମାଜିଷ୍ଟ୍ରେଟ ସାହେବ୍‌ କା ରାୟ କ୍ୟା ହେ’ । କ୍ଷମତା ରାଜନୀତିରୁ ଦୂରରେ ରହି ଗୋପବନ୍ଧୁ ଚୋ÷ଧୁରୀ, ମା’ ରମା ଦେବୀ, ମାଳତୀ ଦେବୀ ଆଦି ଶହ ଶହ ସଂଖ୍ୟାରେ ଉତ୍ସର୍ଗୀକୃତ କର୍ମୀ ସୃଷ୍ଟି କଲେ ଯେଉଁମାନେ ଗାଁରେ ଗାଁରେ ଖେଦିଗଲେ ସେବା, ସଂଗ୍ରାମ ଓ ସଂସ୍କାର ପାଇଁ । ଏହି ତ୍ୟାଗୀ ପୁରୁଷଙ୍କୁ ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧିରେ ଭୂଷିତ କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ସେ ନମ୍ରତାର ସହ ତାହା ପ୍ରତ୍ୟାଖ୍ୟାନ କରିଥିଲେ । 
୧୯୩୦ ନଭେମ୍ବର ୧୧ ତାରିଖ ତାଙ୍କ ବିବାହ ବାର୍ଷିକୀରେ ହଜାରୀବାଗ ଜେଲ୍‌ରେ ସେ ଖବର ପାଇଲେ ତାଙ୍କ ପତ୍ନୀ ରମାଦେବୀ ଗିରଫ ହୋଇଛନ୍ତି ବୋଲି । ଏ ପ୍ରସଙ୍ଗରେ ସେ ତାଙ୍କ ଡାଏରୀରେ ଲେଖିଛନ୍ତି, ‘ଯଦୁମଣି (ମଙ୍ଗରାଜ) ଦୋ÷ଡିଆସି ଖବର ଦେଲା - ବେଲୁ (ରମାଦେବୀ) ଗ୍ରେପ୍ତାର ହୋଇଛି । ଅନେକ ଦିନର ସଞ୍ଚôତ ବାସନା ଆଜି ସଫଳ ହେଲା । ହଠାତ୍‌ ମନରେ ଟିକିଏ ଚାଞ୍ଚଲ୍ୟ ଆସିଲା । ଯୁଗପତ୍‌ ଆନନ୍ଦ, ଗୋ÷ରବ ଓ ଅହଂଭାବର କଷ୍ଟ ଇତ୍ୟାଦି - ଆନନ୍ଦ ତ ଉକ୍ରଳର କାର୍ଯ୍ୟ ଦେଖି -  ଉପରନ୍ତୁ ବେଲୁ ପ୍ରଭୃତିଙ୍କ ସୋ÷ଭାଗ୍ୟ ଦେଖି -  ଗାନ୍ଧୀଜୀଙ୍କ ସେନା ହୋଇ ଆତ୍ମବଳି ପଥରେ ଅଗ୍ରସର ହୋଇଛନ୍ତି ।’ ଆଉଠାଏ ତାଙ୍କ ଜେଲ୍‌ ଡାଏରୀରେ ଲେଖିଛନ୍ତି, ରାମପ୍ରସାଦ ଖବର ଦେଇଗଲା ଯେ ଜହର ଦିବସରେ କଟକରେ ଖୁବ୍‌ ମାଡ଼ଗୋଳ, ଭାରି ହଇଚଇ ହୋଇଛି । ବୁଲୁ (ପୁଅ ମନମୋହନ) ମଧ୍ୟ ମାଡ଼ ଖାଇଛି ଓ ଗିରଫ ହୋଇଛି.... ମନଟା ଭାରି ଖୁସି ହୋଇଗଲା ।’ ଜେଲ୍‌ରେ ସହବନ୍ଦୀ କୃପାସିନ୍ଧୁ ହୋତା ଗଦ୍‌ଗଦ୍‌ ହୋଇ କହିଲେ ଏହାକୁ କହନ୍ତି ତ୍ୟାଗ । ତେବେ ୧୨-୧୧-୧୯୩୦ର ଡାଏରୀରେ ହଜାରୀବାଗ ଜେଲ୍‌ରେ ଗୋପବନ୍ଧୁ ଚୋ÷ଧୁରୀ ଲେଖିଛନ୍ତି, ‘ଏହା ତ୍ୟାଗ ନୁହେଁ, ତ୍ୟାଗର ପୂର୍ବାଭାସ ଓ ନିର୍ଭୀକତାର ପ୍ରଥମ ସୋପାନ । ତ୍ୟାଗର ଚରମସୀମା ଆହୁରି ସୁନ୍ଦର, ଏହାର ଆଲୋକ ଚାରିପଟର ସମସ୍ତଙ୍କ ଭିତରୁ ଅନ୍ଧାର ଓ ପାପ ଦୂର କରିଦେବ, ନିଜର କଳଙ୍କ ତ୍ୟାଗରେ ପୋଡି ଜଳିଯିବା ସଙ୍ଗେ ସଙ୍ଗେ ତାହା ସଂସ୍ପର୍ଶରେ ଯେ ଆସିବ ତାଙ୍କର ମଳିନତାକୁ ମଧ୍ୟ ଧୋଇ ସଫା କରିଦେବ ।’
ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ରହିଛି ଅନବଦ୍ୟ ଅବଦାନ । ଗାନ୍ଧୀଜୀଙ୍କ ଆତ୍ମକଥାର ସେ ଚମକ୍ରାର ଓଡ଼ିଆ ଅନୁବାଦ କରିଛନ୍ତି । ‘ଚାଷୀ ମୂଲିଆର ଗାନ୍ଧୀ’ ଭଳି ପୁସ୍ତକ କେବଳ ଗୋପବନ୍ଧୁ ଚୌଧୁରୀ ହିଁ ରଚନା କରିପାରନ୍ତି । କାରାଗାରରେ ସହବନ୍ଦୀ ଆଚାର୍ଯ୍ୟ ହରିହର ଓ ଭାଗିରଥି ମହାପାତ୍ରଙ୍କ ସହ ମିଶି ସେ ସୃଷ୍ଟି କରିଥିବା ସମଶ୍ଲୋକୀ ଗୀତା ବେଶ୍‌ ଜନାଦୃତ । ସାହିତ୍ୟ ସାଧନା ସହ ସମ୍ବାଦପତ୍ର ସଂପାଦନା କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ଥିଲା ।
୧୯୪୭ ଅଗଷ୍ଟ ୧୫ରେ କଷ୍ଟଲବ୍ଧ ସ୍ୱାଧୀନତା ମିଳିବା ବେଳକୁ ମହାତ୍ମା ଗାନ୍ଧୀ କଲିକତାର ବେଲିଆଘାଟ ଅଞ୍ଚଳରେ ଉପବାସ ଓ ମନସ୍ତାପରେ ବିନିଦ୍ର ରଜନୀ କାଟିଥିବାବେଳେ ଗୋପବନ୍ଧୁ ଚୋ÷ଧୁରୀ ଓ ମା’ ରମା ଦେବୀ ବରୀରେ କରିଥିଲେ ନିର୍ଜଳା ଉପବାସ । ୧୯୪୮ ଜାନୁୟାରୀ ୩୦ରେ ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଗୋପବନ୍ଧୁ ଚୋ÷ଧୁରୀ ଦିଲ୍ଲୀ ନଯାଇ ବରୀରେ କରିଥିଲେ ପ୍ରାର୍ଥନା ସଭା । ଲକ୍ଷ୍ୟ ଓ ତାହାର ପନ୍ଥା ଶୁଦ୍ଧ ରହିବା ଉପରେ ଗୁରୁତ୍ୱ ଦେଇଆସୁଥିବା ଗୋପବନ୍ଧୁ ଚୋ÷ଧୁରୀ ବାସ୍ତବରେ ଥିଲେ ଗାନ୍ଧୀଜୀଙ୍କ ଏକାଦଶ ବ୍ରତର ସଫଳ ଅନୁପାଳନକାରୀ । କୋରାପୁଟ ଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ସାରା ଓଡ଼ିଶାରେ ସେ ସଂକଳ୍ପ, ସଂଗ୍ରାମ, ସଂସ୍କାର ଓ ସେବାର ମନ୍ତ୍ର ପ୍ରସାର କଲେ । ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂ-ଦାନ ଆନେ୍ଦାଳନର ସଫଳତା ପଛରେ ତାଙ୍କ ପରିବାରର ଅନବଦ୍ୟ ଅବଦାନ ରହିଛି । ଓଡ଼ିଶା ଭିତରେ ଓ ବାହାରେ ରଚାନାତ୍ମକ କର୍ମୀକୁଳ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନରେ ବାପା ଏବଂ ରମା ଦେବୀଙ୍କୁ ମା’ ବୋଲି ସମ୍ବୋଧନ କରୁଥିଲେ । ୧୯୫୮ ଏପ୍ରିଲ ୨୯ ତାରିଖ ମଧ୍ୟ ରାତ୍ରିରେ କଟକ ଗୁଣନିଧି ଭବନରେ ତାଙ୍କର ଆକସ୍ମିକ ପରଲୋକ ଘଟିଲା । କ୍ଷମତା ରାଜନୀତିରୁ ନିଜକୁ ଦୂରରେ ରଖି ଶୋଷଣ, କଷଣ, ଅତ୍ୟାଚାର ବିରୋଧରେ ସଂଗ୍ରାମ କରି ଦରିଦ୍ରତମ ଲୋକଙ୍କ ବିକାଶ ଘଟାଇ ଗାନ୍ଧୀଜୀଙ୍କ ସ୍ୱପ୍ନର ରାମରାଜ୍ୟକୁ ସାକାର ରୂପ ଦେବାପାଇଁ ଗୋପବନ୍ଧୁ ଚୋ÷ଧୁରୀ ଓ ତାଙ୍କ ପରିବାର ସମର୍ପିତ ସାଧନା କରିଯାଇଛନ୍ତି । ଆମ ସେବା, ସଂଗ୍ରାମ ଓ ସଂସ୍କାରର ଇତିହାସ ଚୋ÷ଧୁରୀ ପରିବାରକୁ ବାଦ୍‌ ଦେଇ ଲେଖାଯାଇପାରିବ ନାହିଁ ।
ଋ-ଜ୍ଞବସକ୍ଷ: କ୍ଟ୍ରକ୍ସବଷବକ୍ଷକ୍ଷବୟଗ୍ଦସଦ୍ଭଷବଅଶଜ୍ଞବସକ୍ଷ.ମକ୍ଟଜ୍ଞ
ମୋ: ୯୪୩୭୦୧୭୩୯୫