ଧୋୟାଞ୍ଚଳରେ ଘେରିବନ୍ଧ ନିର୍ମାଣ ଦାବି
କେନ୍ଦ୍ରାପଡା : କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ୍ର ୯ ପଞ୍ଚାୟତ ଓ କେନ୍ଦ୍ରାପଡା ବ୍ଲକର ଗୋଟିଏ ପଞ୍ଚାୟତ ଗସ୍ତକରଛନ୍ତି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା । ଧୋୟାଞ୍ଚଳର ଏକ ବୃହତ ଅଂଶକୁ ବନ୍ୟାପ୍ରବାହରୁ ମୁକ୍ତ କରିବା ପାଇଁ ଅଳପୁଆର ସୁବଳପୁର ଠାରୁ ବଲୁରିଆ ଘେରିବନ୍ଧ ନିର୍ମାଣ କରିବାର ଜରୁରୀ ଆବଶ୍ୟକତା ଅଛି । ଏହି ଘେରବନ୍ଧ ନିର୍ମାଣ ହେଲେ ଅଳପୁଆ ପଞ୍ଚାୟତ ସୁବଳପୁର, ମିଶ୍ରବାଗ, ସେଠୀସାହି, ଜେନାସାହି ଓ ଅଳପୁଆ ଶାସନ, ତରଡିପାଳ ପଞ୍ଚାତୟର ପୋଖରୀକୂଳ, ତରଡିପାଳ ପେଣ୍ଠପାଳ ପଞ୍ଚାୟତର କୋଳଥିଆ, ବାଲିକିରା, ତୋଟାସାହି, ଦାଣ୍ଡିସାହି, ସିଂହଗାଁ ପଞ୍ଚାୟତର କୃଷ୍ଣଦାସପୁର, ଅଣ୍ଡରା ପଞ୍ଚାୟତର ବରହ୍ମପୁର, ବିଷ୍ଣୁପୁର, ଦାଣ୍ଡିଉପର ବ୍ରାହ୍ମଣ ସାହି ଓ ମୋଟ ଅଣ୍ଡରାବସ୍ତି ସୁରକ୍ଷିତ ହୋଇପାରିବ । ରାଜ୍ୟସରକାର ଏହି ଦାବିପତ୍ର ସାହାନୁପ୍ରତିଶୀଳ ହୋଇ ଅଗ୍ରାଧିକାର ଭିତ୍ତିରେ ବିଚାର କରିବାକୁ ଶ୍ରୀଯୁକ୍ତ ବେହେରା ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ବନ୍ୟା ପ୍ରଭାବିତ ଲୋକମାନେ ମୁଖ୍ୟତଃ ଗୋଟିଏ ଦାବି ଜଣାଇଥିଲେ ପ୍ରତ୍ୟେକ ଗ୍ରାମକୁ ପଞ୍ଚାୟତ ପାଇଁ ଡଙ୍ଗା ଯୋଗାଣ ଓ ଗୋଖାଦ୍ୟ ଯୋଗାଣ ନିମନ୍ତେ ତିନିଦିନ ପରେ ପ୍ରତ୍ୟେକ ପଞ୍ଚାୟତରେ ଗୋଖାଦ୍ୟ ପହଞ୍ଚିବା ସମ୍ଭବ ହୋଇଥିଲା । କିନ୍ତୁ ବନ୍ୟାପ୍ଲାବିତ ପ୍ରତ୍ୟେକ ଗ୍ରମକୁ ଡଙ୍ଗା ଯାଇପାରିଲା ନାହିଁ । ଦୁଃଖର ବିଷୟ ୬ଦିନ ଧରୀ ଜଳବନ୍ଦୀ ଥିବା ଗ୍ରାମବାସୀମାନେ ବହୁ ହିନସ୍ତା ଭୋଗୁଥିବାର ଶ୍ରୀ ବେହେରା ଦେଖିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ରଶ୍ମିକାନ୍ତ ବେହେରା, ସଭାପତି ବାପିବାବୁ, ଚନ୍ଦନ ସାହୁ, କୈଳାସ ଦାସ, କୃତିବାସ ସାହୁ, ସମ୍ବିତ ଶ୍ରୀ ଚନ୍ଦନ, ମଧୂସୁଦନ ସେଠୀ, ରଞ୍ଜିତ ନାୟକ, ଦେବବ୍ରତ ନାୟକ, ନିରଞ୍ଜନ ବାରିକ, ଅଭିଷେକ ବିଶ୍ଭାଲ, ମୁନା ମଲ୍ଲିକ, କୁଶିଆ ମଲ୍ଲିକ, କୈଳାସ ସେଠୀ, ସୁଧିର ବିଶ୍ୱାଳ, କେଦାର ବିଶ୍ୱାଳ, ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥତ ଥିଲେ । ବିଧାକଙ୍କ ତରଫରୁ ଶୁଖିଲା ଖାଦ୍ୟ, ଔଷଧ ଓ ବ୍ଲିଚିଂ ପାଉଡର ବଣ୍ଟନ କରାଯାଇଥିଲା ।