ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଞ୍ଚ ପ୍ରକ୍ରିୟାରେ ଅନିୟମିତତା
ରାଜନଗର: ରାଜନଗର ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜିକରଣ ହୋଇଥିବା ହିତାଧିକାରୀଙ୍କୁ ଯାଂଚ କରାଯାଉଛି । ଗରୀବ ଚାଳଛପର ଘରଥିବା ଲୋକମାନଙ୍କୁ ବାଦ ଦିଆଯାଉଥିବା ନେଇ ସାଧାରଣରେ ସନେ୍ଦହ ଉପୁଜିଛି । ଏପରି ଏକ ଘଟଣା ଏହି ବ୍ଲକ ବାଲିସାହିପାଟଣା ପଚାଂୟତ ବାରଦିଆ ଗ୍ରାମରେ ଅନିୟମିତତା ହୋଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଗ୍ରାମର ପ୍ରଫୁଲ୍ଲକୁମାର ଭୂୟାଁ, ଭଗବତୀ ସୂତାର, ମୀନା ଦାସ, କବିତା ପ୍ରଧାନ, ଶୁଶାନ୍ତି ଦାସ, ମିନତୀ ପ୍ରଧାନ, ପ୍ରମିଳା ରାଉତ, ବେବିନା ପ୍ରଧାନ, ଝୁନାରାଣୀ ରାଉତ, ସବିତା ରାଉତ, ତୁଳସୀ ଗାହାଣ, ସତ୍ୟଭାମା ସ୍ୱାଇଁ, ରଶ୍ମିତା ରାଉତ, ଶଶ୍ମିତା ଗାହାଣ ପ୍ରମୁଖ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ଯାଂଚରେ ଯାଇଥିବା ଅଧିକାରୀମାନେ ନିର୍ଦ୍ଧିଷ୍ଟ ରାଜନୈ÷ତିକ ଦଳ ଦ୍ୱାରା ପ୍ରଭାବିତ ହୋଇ ଅନିୟମିତତା କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏହାକୁ ପୁନର୍ବାର ଯାଂଚ କରି ପ୍ରକୃତ ହିତାଧିକାରୀ ଚୟନ କରିବାକୁ ସେମାନେ ଦାବି କରିଛନ୍ତି ।