ନକଲି ବିଦେଶୀ ମଦ ଜବତ,  ଚାରି କୋର୍ଟ ଚାଲାଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଚାଲିଥିଲା ନକଲି ମଦ ତିଆରି ଏବଂ ବିକ୍ରି କାରବାର  । ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ଏସପି ସଂଘମିତ୍ରା ପ୍ରଧାନଙ୍କ ନିଦେ୍ର୍ଦଶ ତଥା ସିନାପାଲି ଅବକାରୀ ବିଭାଗ ଓ ଆଇସି ସିଦ୍ଧାନ୍ତ ପାତ୍ରଙ୍କ ଯୋଗାଯୋଗ କ୍ରମେ ବୋଡ଼େନ ବ୍ଲକରେ ଚଢାଉ କରି ସମୁଦାୟ ୬୩.୪୧୦ ଲିଟର ମଦ ସହିତ ୨୫୦ଟି ବୋତଲ ଠିପି, ୪୮ ଟି ଖାଲି ବୋତଲ , ୩୨୦ଟି  ଇଏଏଲ, ୨ଟି ବାଇକ୍ ଏବଂ ୩ ଟି ମୋବାଇଲ ଜବତ କରିଥିବା ସୂଚନା ମିଳିଛି  । ଏଥି ସହିତ ନକଲି ମଦ ତିଆରି ଓ ବିକ୍ରି କାରବାରରେ ଅଭିଯୁକ୍ତ ଲାଳସିଂ ବାବୁ(୪୦ବର୍ଷ), ଝାରଖଣ୍ଡର ପଙ୍କଜ କୁମାର(୩୨ବର୍ଷ) ଓ ଶ୍ରୀକାନ୍ତ ଶା (୩୪ବର୍ଷ) ଏବଂ ବୋଡ଼େନ ବ୍ଲକ ବୋଦଲା ପଡା ଗ୍ରାମର କ୍ଷୀର ସିନ୍ଧୁ ମାଝୀ (୩୦ବର୍ଷ)ଙ୍କୁ ଜେଏମଏଫ୍ସି ବୋଡ଼ନରେ ହାଜର କରି ଅବକାରୀ ଥାନା ସିନାପାଲି ଅନୁସାରେ ଜେଲ୍ ପଠାଇ ଦିଆଯାଇଛି । ଚଢାଉ ସମୟରେ ଅବକାରୀ ଏସପି ସଂଘମିତ୍ରା ପ୍ରଧାନ, ଅବକାରୀ ଇନ୍ସପେକ୍ଟର ନୂଆପଡ଼ା ସୁରେଶ ଚନ୍ଦ୍ର ତାଣ୍ଡି ,ସିନାପାଲି ଅବକାରୀ ଓ ଆଇସି ସିଦ୍ଧାନ୍ତ ପାତ୍ର, ଷ୍ଟାଫ୍ ସୋନା ମାଝୀ, ଧନ ରାଜ ଦଣ୍ଡସେନା, ଦେବି ସିଂ ମାଝୀ, ମଳୟ ମହାଲିଙ୍ଗ, ଗିରେନ୍ଦ୍ର କଟା, ଭଗବାନ ହଂସ, ପୁରୋହିତ ,ରିତାଞ୍ଜଳି ଶବର ଉପସ୍ଥିତ ରହି ସଫଳ ଭାବରେ ମଦ ଓ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ  ।