ପ୍ରଶାସନ ପକ୍ଷରୁ ଗାଡ଼ି ମଟର ଯାଞ୍ଚ

ବ୍ରହ୍ମବରଦା: ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏବେ ସବୁ ଅଞ୍ଚଳର ବିଭିନ୍ନ ମୁଖ୍ୟ ରାସ୍ତା ମାନଙ୍କରେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି । ଏହି କ୍ରମରେ ମଙ୍ଗଳବାର ସକାଳୁ ବ୍ରହ୍ମବରଦା ଥାନା ଅଧିନ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାର ବଜାରଘାଟ ନିକଟ ବ୍ରାହ୍ମଣୀ ନଦୀପୋଲ ମୁଣ୍ଡରେ ଗାଡି ମୋଟର ଗୁଡିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି । ଧର୍ମଶାଳା କୃଷି ଓ ଉଦ୍ୟାନ ବିଭାଗର ସହକାରୀ ଅଫିସର ଶୁଭଶ୍ରୀ ଶୁଭଦର୍ଶିନୀଙ୍କ ଉପସ୍ଥିତରେ ଧର୍ମଶାଳା ପୁଲିସ ପକ୍ଷରୁ ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ୬ଚକିଆ ଯାନ ପର୍ଯ୍ୟନ୍ତ ଗାଡି ଗୁଡିକୁ ଅଟକ ରଖି ଯାଞ୍ଚ କରାଯାଇଥିଲା । ବିଶେଷ କରି ମଦ, ଡ୍ରଗ୍ସ ଓ ଟଙ୍କା ପରି ଲୋଭନୀୟ ସମାଗ୍ରୀକୁ ଯାନରେ ପରିବହନକୁ ଯାଞ୍ଚ ପ୍ରକ୍ରିୟାରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଶୁଭଶ୍ରୀ ଶୁଭ ଦର୍ଶିନୀ କହିଛନ୍ତି ।